ଟିମ୍‌ର ପରାଜୟ ପରେ କାନ୍ଦୁଛି ଭାରତ ,ବାଣ ଫୁଟାଇ ଉତ୍ସବ ମନାଉଛି ପାକିସ୍ତାନ

ବିଶ୍ୱକପ ଚମ୍ପିୟାନ ରୁ ବିଦା ହେଇସାରିଛି ଭାରତ I ସବୁଆଡେ ଶୋକାକୁଳ ପରିସ୍ଥିତି I ସବୁ ଭାରତୀୟ ଗ୍ରହଣ କରିପାରୁନାହାନ୍ତି ଭାରତର ପରାଜୟ କୁ I

ତେବେ ଭାରତ ପରାଜୟ ପରେ ପାକିସ୍ତାନ ଏବଂ କାଶ୍ମୀର ବିଚ୍ଛିନ୍ନତାବାଦୀ ମାନେ ଅତ୍ୟଧିକ ଖୁଶିରେ ଉତ୍ସବ ପାଳନ କରୁଛନ୍ତି I ସୂଚନା ଅନୁଯାଇ କଶ୍ମୀର ଘାଟିରେ କେତେକ ବିଚ୍ଛିନ୍ନତାବାଦୀ ରାସ୍ତାରେ ବାଣ ଫୁଟାଇ ବାଜା ବଜାଇ ଖୁସି ପାଳିବା ସହିତ ଭାରତ ବିରୋଧରେ ନାରା ଦେଇଥିଲେ Iଏପରିକି ଅଧିକାଂଶ ସ୍ଥାନରେ ଉତ୍ସବ ମନାଉଥିବା ସମୟରେ ସ୍ଥାନୀୟ ଯୁବକ ମାନେ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କରିବାର ଖବର ଆସିଛି ,ଫଳରେ ଦୁଇପକ୍ଷ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ମଧ୍ୟ ହେଇଚି I ଅପରପକ୍ଷରେ ପାକିସ୍ତାନ ସେନାର ମେଜର ଜେନେରାଲ ଓ ମୁଖପାତ୍ର ଆସିଫ ଗଫୁର ଭାରତ ହାରିଯିବା ପରେ ଖୁସି ହେଇ ଟ୍ବିଟ୍ କରି ନ୍ୟୁଜଲାଣ୍ଡ କୁ ଶୁଭେଚ୍ଛା ଜଣାଇଛନ୍ତି I

Leave a Reply

Your email address will not be published. Required fields are marked *