ଶିକ୍ଷକ ଙ୍କୁ ବଦଳିର ଧମକ ଦେଇ ଲକ୍ଷାଧିକ ଟଙ୍କା ଆଦାୟ କରିଥିଲେ ପୁରୀ ଡିଇଓ,ମାଡିବସିଲା ଭିଜିଲାନ୍ସ

ପୁରୀ ଜିଲା ଶିକ୍ଷାଧିକାରୀ (ଡିଇଓ) ହୃଷୀକେଶ କାଣ୍ଡି ଶିକ୍ଷକ ଙ୍କ ଠାରୁ ଟଙ୍କା ଲାଞ୍ଚ ନେଇ ଖସିଯାଉଥିବା ବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହେଇଛନ୍ତି

Iସୂଚନା ଅନୁଯାଇ ଗତକାଲି ଶ୍ରୀ କାଣ୍ଡି କିଛି ଶିକ୍ଷକ ଙ୍କ ଠାରୁ ଲାଞ୍ଚ ଆଦାୟ କରିଥିଲେ ସେମାନଙ୍କ ବଦଳି କରିଦେବାକୁ ଧମକ ଦେଇ I ପାଖାପାଖି ୧ ଲକ୍ଷ ୧୧ ହଜାର ଟଙ୍କା ନେଇ ଶ୍ରୀ କାଣ୍ଡି ଭୁବନେଶ୍ୱର ଯାଉଥିବା ସମୟରେ ଏହି ଖବର ଭିଜିଲାନ୍ସ ପାଖରେ ପହଁଚି ଥିଲା

I ଖବର ମିଳିବା କ୍ଷଣି ତତକ୍ଷଣାତ ଭିଜିଲାନ୍ସ ଡିଏସ୍‌ପି ହରନାରାୟଣ ପତିଙ୍କ ସହିତ ଏକ ଟିମ୍ ତାଙ୍କୁ ଫଲୋ କରି ମାଳତୀପାଟପୁର ପାଖରେ ଅଟକାଇଥିଲେ ଏବଂ ଗାଡି ଚେକିଂ କରିଥିଲେ I ଗାଡ଼ିରୁ ଏକ ସୁଟକେଶ ରୁ ୧ ଲକ୍ଷ ୧୧ ହଜାର ଟଙ୍କା ମିଳିଥିଲା ତେବେ ଏହି ଟଙ୍କାର ସଠିକ ବିବରଣୀ ଦେଇପାରିନଥିଲେ ଡିଇଓ ହୃଷୀକେଶ କାଣ୍ଡି,ଫଳରେ ତାଙ୍କୁ ଗତକାଲି ଅଟକ ରଖାଯାଇ ଆଜି ଘଟଣାର ତଦନ୍ତ ପରେ ଭିଜିଲାନ୍ସ ପକ୍ଷରୁ ଗିରଫ କରାଯାଇଥିବା ସୂଚନା ଦିଆଯାଇଛି I

ଅପରପକ୍ଷରେ ତାଙ୍କ ପୈତୃକ ବାସଭବନ ଏବଂ ଆପାର୍ଟମେଣ୍ଟ ରେ ଚଢ଼ାଉ କରାଯାଇ ନଗଦ 80ଲକ୍ଷ ଟଙ୍କା ର ସମ୍ପତି ଜବତ କରାଯାଇଥିବା ବେଳେ ଖୋଳତାଡ ଜାରି ରହିଛି I ଘଟଣାକୁ କିନ୍ତୁ ଡିଇଓ ଖଣ୍ଡନ କରି କହିଛନ୍ତି ଏହା ସମ୍ପୂର୍ଣ୍ଣ ମିଛ କଥା I

Leave a Reply

Your email address will not be published. Required fields are marked *