ଝାଡୁ ଧରିଲେ ସଂସଦ ,ହେମା ଙ୍କ ଝାଡୁ ଭୂଇଁ ଛୁଇଁଲାନି ,ଖାଲି ପବନରେ ଉଡିଲା

ସଂସଦ ରେ ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କ ନେତୃତ୍ୱରେ ଗତକାଲି ସକାଳେ ସମସ୍ତ ସାଂସଦ ମିଳିତ ଭାବରେ ସଂସଦ କୁ ଝାଡୁ କରି ସଫା କରିଥିଲେ I ଅଧିକାଂଶ ମନ୍ତ୍ରୀ ମଧ୍ୟ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ I ତେବେ ଏଥିରେ ଭାଗ ନେଇଥିବା ସାଂସଦ ହେମାମାଳିନୀ ଙ୍କୁ ନେଇ ଜୋରଦାର ଚର୍ଚ୍ଚା I ହେମାମାଳିନୀ ଏପରି ଝାଡୁ କରିଥିଲେ ଯେ ତାଙ୍କ ଝାଡୁ ତଳେ ଲାଗିନଥିଲା କେବଳ ପବନ ରେ ଉଡୁଥିଲା I ଭିଡିଓ ଭାଇରଲ ହେବାପରେ ଅଧିକାଂଶ ହେମାଙ୍କ ସମାଲୋଚନା କରି କହୁଛନ୍ତି କି ହେମା କଣ ପବନ କୁ ଝାଡୁ କରୁଥିଲେ I କଳା ଚଷମା କୁ ପବନ ଉଡା ଝାଡୁ ଏବେ ଜୋରଦାର ଚର୍ଚ୍ଚା ଚାଲିଛି I

Leave a Reply

Your email address will not be published. Required fields are marked *