ଅଧିକ ମଦ ବିକିଲେ ମଦ ବେପାରୀଙ୍କୁ ପୁରସ୍କାର ଦିଅ ,ମଦ ପିଇଲେ ମଦୁଆ ଙ୍କୁ ବାନ୍ଧ, ଆପଣମାନେ ଖୁସି ତ ?

ମଦ ପାଇଁ ଉଜୁଡିଯାଏ ସଂସାର ,ଏପରିକି କେତେ ଜୀବନ ନଷ୍ଟ ହେଇଯାଉଛି I ମଦ ନିଶାରେ ଦିନକୁ ଦିନ ଲୁଟ ,ଡକାୟତି ,ହିଂସା ,ଧର୍ଷଣ ବଢ଼ିବାରେ ଲାଗିଛି I ମଦ ମୁକ୍ତ ଓଡିଶା ପାଇଁ ମଧ୍ୟ କେତେ ସଂସ୍ଥା ସଚେତନ କରୁଛନ୍ତି କିନ୍ତୁ ରାଜ୍ୟ ସରକାର ଲାଗୁ କରିଛନ୍ତି ନୂଆ ନିୟମ I ମଦ ବିକ୍ରିକୁ ପ୍ରୋତ୍ସାହନ ଦେବାପାଇଁ ମଦ ବେପାରୀଙ୍କୁ ମିଳିବ ପୁରସ୍କାର I ଯେଉଁ ମଦ ବେପାରୀ ଯେତେ ମଦ ବିକିବେ ତାଙ୍କୁ ସେତେ ଅଧିକ ଅର୍ଥ ଉପହାର ଦିଆଯିବ ଏନେଇ ଅବକାରୀ ବିଭାଗ ଷ୍ଟାଣ୍ଡିଂ କମିଟି ବିଧାନସଭାରେ
ରିପୋର୍ଟ ଦାଖଲ କରିଛି

I ଅବକାରୀ ବିଭାଗ ରୁ ଅଧିକ ରାଜସ୍ବ ମିଳୁଥିବାରୁ ଚଳିତ ବର୍ଷ ଏଥିରୁ ଅଧିକ ରାଜସ୍ବ ପାଇବାକୁ ବିଭାଗ ଆଶା କରିଛି I ଏପରିକି 2009-10 ବର୍ଷରେ ରାଜ୍ୟରେ 265ଲକ୍ଷ ଲିଟର ବିଦେଶୀ ମଦ ବିକ୍ରି ହେଉଥିବା ବେଳେ ଚଳିତ ଆର୍ଥିକ ବର୍ଷ2018/19 ପାଇଁ ଏହା ବୃଦ୍ଧି ହେଇ 528.92 ଲକ୍ଷ ଲିଟର ରେ ପହଁଚିଛି I ସେହିପରି ସେତେବେଳେ 68.39 ଲକ୍ଷ ଲିଟର ଦେଶୀ ମଦ ବିକ୍ରି ହେଉଥିବା ବେଳେ ଏହିବର୍ଷ 95.56 ଲକ୍ଷ ଲିଟର କୁ ବୃଦ୍ଧି ହେଇଛି I

ଅପରପକ୍ଷରେ ବିୟର ବିକ୍ରି ରେ ମଧ୍ୟ 635.13 ଲକ୍ଷ ଲିଟର ରୁ ବୃଦ୍ଧି ହେଇ 2018-19 ପାଇଁ 867.53 ଲକ୍ଷ ଲିଟର ବିୟର ବିକ୍ରି ହେଇଚି I ଯେଉଁଥିରେ କି ରାଜ୍ୟ ସରକାର ବାର୍ଷିକ ପାଖାପାଖି 3 ହଜାର 925 କୋଟି ଟଙ୍କା ରାଜସ୍ବ ପାଉଛନ୍ତି I ଏହାକୁ ନେଇ ତୀବ୍ର ସମାଲୋଚନା କରାଯାଉଥିବା ବେଳେ ନିକଟରେ ଦେଖିବାକୁ ମିଳିଥିଲା କି ଦେବଗଡ ଏବଂ ମୟୁରଭଞ୍ଜ ରେ ଥାନା ବାବୁ ଙ୍କ ଦ୍ୱାରା ଏକ ସ୍ୱତନ୍ତ୍ର ଗାଡି ପ୍ରଚାର କରାଯାଉଥିଲା ଯେଉଁଥିରେ କି ଲେଖାଥିଲା ମଦୁଆ ଧରା ଗାଡି

I ଏହି ଗାଡ଼ିରେ ମଦୁଆ ମାନଙ୍କୁ ଧରିକି ଥାନାକୁ ଆଣିବାକୁ ଏ ଉଦ୍ୟମ କରାଯାଇଥିଲା ଯେଉଁଥିରେ କି ଲୋକମାନେ ସଚେତନ ହେଇ ମଦ୍ୟପାନ କରିବେନି ,ଏବେ କିନ୍ତୁ ଘଟଣା ଅଲଗା ଖୋଦ ସରକାର ଙ୍କ ବିଭାଗ ଚାଁହୁଛି ଲୋକ ଅଧିକ ରୁ ଅଧିକ ମଦ ପିଅନ୍ତୁ ଏବଂ ମଦ ବେପାରୀଙ୍କୁ ପୁରସ୍କାର ଦିଆଯିବ I

Leave a Reply

Your email address will not be published. Required fields are marked *