ସାମ୍ବାଦିକା ଙ୍କ ଏଫଆଇଆର ବଦଳାଇ ଦିଆଗଲା ! ଥାନା ଆଗରେ ଧାରଣାରେ ବସିଲେ ଅଭିଯୋଗକାରିଣୀ

ଘଟଣାର ଦୁଇମାସ ବିତିଯାଇଥିଲେ ମଧ୍ୟ ପୋଲିସ ଏ ପର୍ଯ୍ୟନ୍ତ ଚୁପ ରହିଛି ,ଏପରିକି ମହିଳା ସାମ୍ବାଦିକା ଅଭିଯୋଗ କରିଛନ୍ତି କି ତାଙ୍କ ଏତଲା କୁ ବଦଳାଇ ଦିଆଯାଇଛି I ଏତଲା ରେ ମହିଳା ସାମ୍ବାଦିକା ଜଣଙ୍କ ଅଭିଯୋଗ କରିଥିଲେ ଯେ ସେ ଟ୍ରେନିଂ ନେଉଥିବା ସମୟରେ ଅନୁଭବ ଙ୍କ ଭାଇ ଅନୁପ୍ରାସ ମହାନ୍ତି ତାଙ୍କୁ ଅଶ୍ଳୀଳ କମେଣ୍ଟସ କରୁଥିଲେ ଏନେଇ ସେ ଅନୁଭବ ଙ୍କୁ ଜଣାଇବାକୁ ଯାଇଥିବା ବେଳେ ଅନୁଭବ ଏବଂ ତାଙ୍କ ପତ୍ନୀ ତାଙ୍କୁ ଗାଳିଗୁଲଜ କରିଥିଲେ ଏପରିକି ଅନୁଭବ ତାଙ୍କ ମୁଁହକୁ ଛେପ ପକାଇଥିଲେ I

ତେବେ ଏହି ମାମଲା ଦୁଇମାସ ବିତିଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନନିଆଯିବାରୁ ଶେଷରେ ସେ ବାଧ୍ୟ ହେଇ ଆଜି ଏତଲା ଦେଇଥିବା କଟକ ପୁରୀଘାଟ ଥାନା ଆଗରେ ଧାରଣା ଦେଇଛନ୍ତି I

Leave a Reply

Your email address will not be published. Required fields are marked *