ପ୍ରମିଳା ଏଥର ସଂସଦ ରେ ବୋଲିବେ ଧାନ ବିଲ ଖସଖସ, ଭାଇରେ ମଦ ପିଇବ ଆସ :ନାରୀ ନେତ୍ରୀ

ରାଜ୍ୟରେ ଅବକାରୀ ବିଭାଗ ଘୋଷଣା କରିଛି ଯେ ଯେଉଁ ମଦ ବେପାରୀ ଅଧିକ ମଦ ବିକିବେ ସେମାନଙ୍କୁ ପୁରସ୍କାର ଦିଆଯିବ ,ଏହାକୁ ନେଇ ଚାରିଆଡେ ତୀବ୍ର ସମାଲୋଚନା ଚାଲିଥିବା ବେଳେ ବାଲେଶ୍ୱର ର ଜଣେ ମହିଳା ଙ୍କ ବୟାନ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାକୁ ଲାଗିଛି I

ସୂଚନା ଅନୁଯାଇ ଏକ ୱେବ ପୋର୍ଟାଲ ର ଏକ ଭିଡିଓ ଭାଇରଲ ହେବାରେ ଲାଗିଛି ଯେଉଁଥିରେ କି ବାଲେଶ୍ୱର ର ଜଣେ ମହିଳା ଆସ୍କା ସାଂସଦ ପ୍ରମିଳା ବିଶୋଇ ଙ୍କୁ କଟାକ୍ଷ କରି କହିଛନ୍ତି ଯେ ପ୍ରମିଳା ଗାଁ ଗହଳି ରେ ମା ମାନଙ୍କ କଥା କହି ଲୋକସଭା ଜିତିଥିଲେ I

ବିଶେଷ କରି ମହିଳା ଙ୍କ ସଶକ୍ତିକରଣ କଥା କହି ଦିଲ୍ଲୀ ଯାଇ ଧାନବିଲ ଖସ ଖସ ଗୀତ ଗାଇବେ ବୋଲି ଗଣମାଧ୍ୟମ ରେ କହିଥିଲେ ,ଏବେ ତ ସେ ବିଜୟୀ ହେଇଛନ୍ତି ଏବଂ ତାଙ୍କ ଦଳର ସୁପ୍ରିମ ମଦ କୁ ପ୍ରୋତ୍ସାହନ ଦେଇଛନ୍ତି ,ପ୍ରମିଳା ଆଉ ଦିଲ୍ଲୀରେ ଆଉ ଧାନବିଲ ଖସ ଖସ ଗୀତ ଗାଇବେନି ,ଏଥର ବୋଲିବେ ଭାଇରେ ମଦ ପିଇବ ଆସ ଧାନ କାଟିବ ଆସ I ଆଉ ମଦ ପି ଲୋକେ ମରିବେ ମୁଖ୍ୟମନ୍ତ୍ରୀ କହିବେ ଆପଣମାନେ ଖୁସି ତ ,ମୁଁ ବହୁତ ଖୁସି I

Leave a Reply

Your email address will not be published. Required fields are marked *