ସ୍କୁଲ କ୍ୟାମ୍ପସରେ ଗୁଟ୍‌ଖା ମନା : ମଦ୍ୟପାନ କରି ଆସିଲେ ବହିଷ୍କୃତ ହେବେ ଶିକ୍ଷକ, କ୍ୟାମ୍ପସ୍‌ ନିକଟରୁ ବି ହଟିବ ନିଶା ଦୋକାନ

ଏଣିକି ସ୍କୁଲ୍ କୁ କୌଣସି କର୍ମଚାରୀ ମଦ ପିଇ କିମ୍ବା କୌଣସି ନିଶା ଦ୍ରବ୍ୟ ସେବନ କରି ଆସିପାରିବେ ନାହିଁ।ଯଦି ଆସନ୍ତି ତେବେ ସେମାନଙ୍କ ବିରୋଧରେ ଦୃଢ କର୍ଯ୍ୟାନୁଷ୍ଠାନ ନିଆଯିବ। ଓସିଏସ୍ ୧୯୬୨ ର ରୁଲ୍ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ। ବହିଷ୍କାର ପରି ଦଣ୍ଡ ମଧ୍ୟ ମିଳିପାରେ।କ୍ୟାମ୍ପସ ରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ କଡ଼ା ନିର୍ଦ୍ଦେଶ ଜାରି ହୋଇଛି।

ଗତ ୩ ବର୍ଷ ହେଲା ଓଡ଼ିଶାରେ ଛାତ୍ରୀ ନିର୍ଯାତନା ବଢ଼ି ଚାଲିଛି।କେଉଁଠି ଶିକ୍ଷକମାନେ ମଦ ପିଇ ଆସିଛନ୍ତି ତ ଆଉ କେଉଁଠି ଶିକ୍ଷକଙ୍କ ଗାଡିରୁ ମଦ ବାହାରୁଛି।ଏବଂ କେଉଁଠି ନାବାଳିକା ଗର୍ଭବତୀ ହେଉଛି।ତେଣୁ ସରକାରଙ୍କ ବଡ଼ ନିଷ୍ପତି କ୍ରମେ କ୍ୟାମ୍ପସ ର ୧୦୦ ମିଟର ଦୂରରେ ନିଶା ସାମଗ୍ରୀ ବିକ୍ରୀ ଉପରେ କଟକଣାକୁ କଡାକଡି କରିବାକୁ କୁହାଯାଇଛି।ଏଥିସହ କ୍ୟାମ୍ପସ ର ପ୍ରମୁଖ ସ୍ଥାନରେ ନିଶାଦ୍ରବ୍ୟ ସେବନ ବାରଣ ନେଇ ସଚେତନତା ପୋଷ୍ଟର ଲଗାଇବାକୁ କୁହାଯାଇଛି।ସୁବୁ କ୍ୟାମ୍ପସ ରେ ପାଚେରୀ ବାଧ୍ୟତାମୂଳକ କରିବା ସହ କ୍ଲାସ୍ ଚାଲିବା ସମୟରେ ବିଦ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇବା,ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଥିବା ସ୍କୁଲ୍ ନିକଟରେ ଟ୍ରାଫିକ ନିୟୋଜନ,ସ୍ଥାନୀୟ ପୋଲିସ ଦ୍ବାରା ବସ୍ ଗୁଡିକର ଚାଳକ ଏବଂ କଣ୍ଡକ୍ଟରଙ୍କ ସମ୍ପୂର୍ଣ୍ଣ ତଥ୍ୟ ଯାଞ୍ଚ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।କ୍ୟାମ୍ପସରେ ଯେପରି କୌଣସି ଅସୁରକ୍ଷିତ ଗୃହ ନ ରୁହେ ଏବଂ କୌଣସି ବିଦ୍ୟୁତ୍ ତାର ଝୁଲି ନ ରୁହେ ସେ ବିଷୟରେ ବିଶେଷ ଧ୍ୟାନ ଦିଆଯିବ।

ଯଦି କୌଣସି ସ୍ଥାନରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାରେ ଅବହେଳା ହେଉଥିବ ତେବେ ଆଇପିସି ର ବିଭିନ୍ନ ଧାରା ,ଅନୁସୂଚିତ ଜାତି ଏବଂ ଜନଜାତି ଆଇନ, ସିଭିଲ ରାଇଟ ଆକ୍ଟ୍,ଶିଶୁଙ୍କ ଯୌନ ଶୋଷଣ ଆଇନ ୨୦୧୨ ଏବଂ ଶିକ୍ଷାଧିକାରୀ ଆଇନ୍ ବଳରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Leave a Reply

Your email address will not be published. Required fields are marked *