ଭଲ ପାଇଲା ,ସେକ୍ସ କଲା ,ସେକ୍ସ ଭିଡିଓ କୁ ସୋସିଆଲ ମିଡିଆରେ ଛାଡିଲା ୧୯ ବର୍ଷର ପ୍ରେମିକ

ଭୋଗରାଇରେ ପୁଣି ଘୁରିବୁଲିଛି ଜଣେ କଲେଜ ଛାତ୍ରୀ ଙ୍କ ଅଶ୍ଳୀଳ ଭିଡିଓ I ଜଣଙ୍କ ମୋବାଇଲ ରୁ ଆଉ ଜଣଙ୍କ ମୋବାଇଲ କୁ ବ୍ୟାପିବାରେ ଲାଗୁଚି ଛାତ୍ରୀ ଙ୍କ ସେହି ଗୋପନୀୟତାର ଭିଡିଓ I ଖବର ଅନୁଯାଇ ଭୋଗରାଇ ଚନ୍ଦନେଶ୍ୱର ର ଜଣେ କଲେଜ ଛାତ୍ରୀ(ବୟସ ୧୬) ହୁଗୁଳୀ ପଞ୍ଚାୟତ ଅଧୀନ ବିନ୍ଧାପଦ୍ମପୁର ଗାଁର ଚିନ୍ମୟ ସ୍ୱାଇଁଙ୍କ ପୁଅ ଓମକାର୍( ୧୯) ଙ୍କ ପ୍ରେମରେ ପଡିଯାଇଥିଲେ I

ପରେ ଦୁହେଁ କିଛିଦିନ ତଳେ ଖରା ଛୁଟି ମନାଇବାକୁ ଦୀଘାର ଏକ ହୋଟେଲ କୁ ଯାଇଥିଲେ ଏବଂ ସେଠାରେ ଦୁହିଁଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ଗଢି ଉଠିଥିଲା I ତେବେ ସେହି ଗୋପନୀୟତା କୁ ମୋବାଇଲ ରେ ରେକର୍ଡ କରିନେଇଥିଲା ପ୍ରେମିକ ଜଣଙ୍କ I

ଏବଂ ପରେ ସେହି ଭିଡିଓ କୁ ଦେଖାଇ ଛାତ୍ରୀ ଜଣଙ୍କୁ ଲଗାତାର ଧର୍ଷଣ କରୁଥିଲା I ଏଣେ କାହାକୁ ନକହିବାକୁ ଛାତ୍ରୀଙ୍କୁ ଧମକ ଦେଇଥିଲା I ତେବେ ଛାତ୍ରୀ ଜଣଙ୍କ ଆଉ ଏଥିରେ ରାଜି ନହେବାରୁ ଶେଷରେ ପ୍ରେମିକ ବାଧ୍ୟ ହେଇ ଗତ ୭ ତାରିଖ ଦିନ ସୋସିଆଲ ମିଡିଆରେ ଛାଡିଦେଇଥିଲା I ଭିଡିଓ ଟି ଭାଇରଲ ହେବାପରେ କଥା ପ୍ରଘଟ ହେଇଥିଲା ଏବଂ ଏନେଇ ପରିବାର ତରଫରୁ ଥାନାରେ ଏତଲା ଦିଆଯାଇଛି I

ତେବେ ଏତଲା ଦିଆଯିବା ପରେ ଯୁବକ ଜଣଙ୍କ ଫେରାର ହେଇଯାଇଛି I

Leave a Reply

Your email address will not be published. Required fields are marked *