ଭାରତ ସହ ହାତ ମିଶାଇଛି ଋଷିଆ ସରକାର। ଯେଉଁଥିପାଇଁ କି ଋଷିଆ ପାକିସ୍ଥାନ ର ୫୦ ହଜାର କାଲାସନିକୋଭ ରାଇଫଲ୍ ଖରିଦ୍ ର ଅର୍ଡର୍ କୁ ପ୍ରତ୍ୟାଖାନ କରିଦେଇଛି।ଏହା ସହ ପାକିସ୍ଥାନ ସହିତ ଏବେ କିମ୍ବା କେବେ ବି କୌଣସି ପ୍ରତିରକ୍ଷା ଡିଲ୍ କରିବା ନାହିଁ ବୋଲି ଭାରତ କୁ ପ୍ରତିଶ୍ରୁତି ଦେଇଛି।
ଗତ ୨୦୧୫ ରେ ପାକିସ୍ଥାନ ଋଷିଆ ଠାରୁ ୪ ଟି ଏମଆଇ ୩୫ଏମ୍ ଆଟାକ୍ ହେଲିକପ୍ଟର ଖରିଦ୍ କରିଥିଲା। ପରେ ୨୦୧୬ ମସିହା ରେ ସେ ଋଷିଆ ସହ ମିଶି ସାମରିକ ଅଭ୍ୟାସ କରିଥିଲା। କିନ୍ତୁ ଏହାକୁ ନେଇ ଭାରତ ଅଭିଯୋଗ କରିବାରୁ ବର୍ତ୍ତମାନ ଋଷିଆ ପାକିସ୍ଥାନ ସହିତ ସମସ୍ତ ସାମରିକ ସମ୍ପର୍କ ଛିନ୍ନ କରିଛି।
ବର୍ତ୍ତମାନ ଭାରତ ସରକାର ଓ ରୁଷିଆର କାଲାସନିକୋଭ କମ୍ପାନୀ ମିଳିତ ଭାବେ ଅମେଥି ଠାରେ ଏକେ – ୨୦୩ ରାଇଫଲ କାରଖାନା ପ୍ରତିଷ୍ଠା କରିଛନ୍ତି। ଯାହା ଦ୍ବାରା ଭାରତ ଓ ଋଷିଆ ର ସମ୍ପର୍କ ଆହୁରି ଦୃଢ଼ ହୋଇଛି