୨୦ କୋଟିର ଓକିଲଙ୍କୁ ମାତ ଦେଲେ ୧ ଟଙ୍କିଆ ଓକିଲ ହରିଶ ସାଲଭେ

ଭାରତ ର ଜଣାଶୁଣା ଓକିଲ ହରିଶ ସଲଭେ ଆନ୍ତର୍ଜାତୀୟ ଅଦାଲତ ରେ ନିଜ ଯୁକ୍ତି ଉପସ୍ଥାପନ କରି ପାକିସ୍ଥାନ ରେ ଫାଶୀ ଦଣ୍ଡ ରେ ଦଣ୍ଡିତ ହେବାକୁ ଯାଉଥିବା କୁଲଭୂଷଣ ଯାଦବ ଙ୍କୁ ରକ୍ଷା କରିଛନ୍ତି। କିନ୍ତୁ ଏଠାରେ ଏକ ଆଶ୍ଚର୍ଯ୍ୟ ର କଥା ଯେ ସେ ଏହି ମାମଲା ଲଢ଼ିବା ପାଇଁ ହରିଶ ଙ୍କ ବିପକ୍ଷରେ ଥିବା ପାକିସ୍ଥାନ ପକ୍ଷରୁ ନିଯୁକ୍ତ ଓକିଲ ୨୦ କୋଟି ଟଙ୍କା ନେଇଥିବା ବେଳେ ହରିଶ ନିଜ ଦେୟ ବାବଦ କୁ ୧ ଟଙ୍କା ନେଇଛନ୍ତି।

ଏଠାରେ କହି ରଖୁ କି ଦେଶର ସବୁଠୁ ମହଙ୍ଗା ଓକିଲ ଭାବେ ଜଣାଶୁଣା ହରିଶ ସାଲଭେ ଙ୍କ ର ଏକ ଦିନକୁ ଫିସ୍ ହେଉଛି ୩୦ ଲକ୍ଷ ଟଙ୍କା କିନ୍ତୁ ଦେଶର ନାଗରିକ କୁ ସୁରକ୍ଷା ଦେବାକୁ ସେ ୧ ଟଙ୍କା ନିଜ ଦେୟ ନେବାକୁ କହିଥିଲେ। ମାର୍ଚ୍ଚ ୩ ୨୦୧୬ ରେ ପାକିସ୍ଥାନ କୁଳଭୂଷଣ ଙ୍କୁ ଗିରଫ କରିଥିଲା। ଏବଂ ସେ ଜଣେ ଗୁପ୍ତଚର ସହ ଆତଙ୍କବାଦୀ କାର୍ଯ୍ୟକଳାପ ରେ ସଂପୃକ୍ତ ଥିବା ସେ ଦର୍ଶାଇଥିଲେ। ଯାଦବ ଙ୍କୁ ବିଲୋଚିସ୍ଥାନ୍ ରୁ ପାକିସ୍ଥାନ ଗିରଫ କରିଥିବା କହିଥିଲେ।

ଏପ୍ରିଲ୍ ୧୦ ୨୦୧୭ ରେ ପାକିସ୍ଥାନ ର ସାମରିକ ଅଦାଲତ କୁଲଭୁଷଣ ଙ୍କୁ ଜଣେ ଭାରତୀୟ ଗୁପ୍ତଚର ଏବଂ ଆତଙ୍କବାଦୀ କାର୍ଯ୍ୟକଳାପ ରେ ଲିପ୍ତ ଥିବା ଏଜେଣ୍ଟ ବୋଲି ଦର୍ଶାଇ ଫାଶୀ ଦଣ୍ଡ ରେ ଦଣ୍ଡିତ କରିବାକୁ ଦଣ୍ଡାଦେଶ ଶୁଣାଇଥିଲେ। ମେ ୮ , ୨୦୧୭ ରେ ଭାରତ ଏହି ମାମଲା ରେ ଆନ୍ତର୍ଜାତୀୟ ଅଦାଲତ ର ଦ୍ବାରସ୍ଥ ହୋଇଥିଲା। ଏହି ମାମଲା ରେ ପାକିସ୍ଥାନ ଯାଦବ ଙ୍କ ବିରୋଧ ରେ ରଖିଥିବା ସମସ୍ତ ଚୁକ୍ତି କୁ ହରିଶ ଅତି ଦୃଢ଼ତା ର ସହିତ ଉଲଂଘନ କରିଥିଲେ ଯାଦ ଦ୍ବାରା ଆନ୍ତର୍ଜାତୀୟ ନ୍ୟାୟ ଅଦାଲତ କୁଳଭୁଷଣ ଯାଦବଙ୍କ ଫାଶୀ ଦଣ୍ଡ ଉପରେ ରୋକ୍ ଲଗାଇଥିଲେ।

Leave a Reply

Your email address will not be published. Required fields are marked *