କାଲିଠୁ ଓପାସ ରହିଛନ୍ତି ,ଏଯାଏଁ ଖାଇନାହାନ୍ତି ମହାରଥୀ ,ମନ୍ତ୍ରୀ ଙ୍କ ଏହି ପଦିଏ କଥା ଭାରି କଷ୍ଟ ଦେଇଛି

ଗତକାଲିଠାରୁ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏବଂ ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀ ଙ୍କ ତୁ ତୁ ମେଁ ମେ ଆଜି ତୀବ୍ର ହେବାକୁ ଲାଗିଛି I ଗତକାଲି ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଥିଲେ କି ରାଜ୍ୟରେ ଶୀତଳ ଭଣ୍ଡାର ସଂଖ୍ୟା ୧୨୮ଟି ଥିବାବେଳେ ବର୍ତମାନ ଏହା ୪୮କୁ ଖସିଆସିଛି I କିନ୍ତୁ ଏହାକୁ ନେଇ ମହାରଥୀ ବିରୋଧ କରିଥିଲେ କହିଥିଲେ କି ସେ ଯୋଗ ଦେବା ସମୟରେ ମାତ୍ର ୨୪ ଟି ଥିବାବେଳେ ଏବେ ରାଜ୍ୟରେ ୪୮ଟି ଶୀତଳ ଭଣ୍ଡାର ଅଛି I

ତାଙ୍କ ପ୍ରଚେଷ୍ଟା ପାଇଁ ଚାରିଥର କୃଷି କର୍ମଣ ପୁରସ୍କାର ମିଳିଛି I ଏହାପରେ ବି ମନ୍ତ୍ରୀ ଭୁଲ ଉତ୍ତର ରଖିବା ଯୋଗୁଁ ସେ ମର୍ମାହତ ଏପରିକି କାଲିଠୁ ସେ ଉପବାସ କରିଛନ୍ତି I କିଛି ଖାଇନାହାନ୍ତି ,ମନ୍ତ୍ରୀ ଙ୍କ କଥା ତାଙ୍କୁ ବହୁତ କଷ୍ଟ ଦେଇଛି I ତେବେ ଏହି ପ୍ରସଙ୍ଗ ରେ ମୁଁହ ଖୋଲିଛନ୍ତି ପ୍ରମିଳା ,କହିଛନ୍ତି କି ମହାରଥୀ ଯାତ୍ରା ଡାଇଲଗ ମାରନ୍ତି I

ସେ ଖାଇଛନ୍ତି କି ନାହିଁ ଆମେ କେମିତି ଜାଣିବୁ ତଥାପି ସେ ଡାଇବେଟିସ ଲୋକ ଯେହେତୁ ନିହାତି ଖାଇକି ଆସିଥିବେ I ନିରଞ୍ଜନ ଏବଂ ମହାରଥୀ ଙ୍କ ମଧ୍ୟରେ କୌଣସି ମତାନ୍ତର ନାହିଁ I

Leave a Reply

Your email address will not be published. Required fields are marked *