ଓଡ଼ିଆରେ ଉପଲବ୍ଧ ହେଲା ସୁପ୍ରିମ୍‌ କୋର୍ଟ ରାୟର ନକଲ

ଗତ ବୁଧବାର ଦିନ ସୁପ୍ରିମ କୋର୍ଟ ର ବିଚାରପତି ଜଷ୍ଟିସ ଏସ ଏ ବୋବ୍ଦେ ଏକ ନୂତନ ବ୍ୟବସ୍ଥା କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ଉକ୍ତ ନୂତନ ବ୍ୟବସ୍ଥା ଟି ହେଉଛି ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ କୋର୍ଟ ଙ୍କ ରାୟ ର ନକଲ ଏବେ ମାତୃଭାଷା ଓଡ଼ିଆ ରେ ଉପଲବ୍ଧ ହେବ। କେବଳ ଓଡ଼ିଆ ନୁହେଁ, ବରଂ ଓଡ଼ିଆ ସମେତ ତେଲୁଗୁ, ଅସମିଆ, ହିନ୍ଦୀ, କନ୍ନଡ଼, ମରାଠୀ, ବେଙ୍ଗଲୀ ଓ ତାମିଲ ପରି ୮ ଟି ଆଞ୍ଚଳିକ ଭାଷା ରେ ସୁପ୍ରିମ କୋର୍ଟ ଙ୍କ ନକଲ ଜନସାଧାରଣ ଙ୍କ ପାଇଁ ଉପଲବ୍ଧ ହେବ।

ସୁପ୍ରିକୋର୍ଟଙ୍କ ଆଧିକାରିକ (ଅଫିସିଆଲ୍) ପୋର୍ଟାଲ୍ (http://www.sci.gov.in/) ଏଥିପାଇଁ (VERNACULAR JUDGMENTS ) ( ଆଞ୍ଚଳିକ ଭାଷା ରେ ରାୟ ) ଶୀର୍ଷକ ରେ ଏକ ନୂତନ ବିଭାଗ ସ୍ଥାନ ପାଇଛି। ଏବଂ ଏହିଠାରେ ହିଁ ଆଞ୍ଚଳିକ ଭାଷା ରେ ସୁପ୍ରିମ କୋର୍ଟ ଙ୍କ ରାୟ ର ନକଲ ଉପଲବ୍ଧ ହେଉଛି।

Leave a Reply

Your email address will not be published. Required fields are marked *