କେନ୍ଦ୍ରାପଡା ଏସପି ଙ୍କ ଠାରୁ ପ୍ରେରଣା ପାଇ ଉତ୍ସାହିତ ହେଇ ପୁଣି ସାମ୍ବାଦିକ ଙ୍କୁ ଧକ୍କା ମାରିଲେ ଆଇଆଇସି

ସମାଜର ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମ ର ପ୍ରତିନିଧି ମାନେ ସୁରକ୍ଷିତ ନୁହଁନ୍ତି ,ନିକଟରେ ଏମିତି କିଛି ଘଟିଗଲାଣି ଯେଉଁଥିରେ କି ଏଥରକ ସମାଜର ଅସଲ ବାସ୍ତବତା ଖବର କୁ ସମସ୍ତଙ୍କ ସାମ୍ନା ରେ ପହଁଚାଇବାକୁ ସାମ୍ବାଦିକ ମାନେ ଭୟ କରିବେ I ଆଇନ ର ରକ୍ଷକ ସାଜିଥିବା ପୋଲିସ ହିଁ ବାରମ୍ବାର ସାମ୍ବାଦିକ ମାନଙ୍କ ଉପରେ ହାତ ଉଠାଇ ଭକ୍ଷକ ସାଜିଛି I ନିକଟରେ କେନ୍ଦ୍ରାପଡା ଏସପି ନିଉଜ 18 ର ସାମ୍ବାଦିକ ଙ୍କୁ ଦୁର୍ବ୍ୟବହାର ସହିତ ମାଡ ମାରିଥିବା ବେଳେ କନକ ନିଉଜ ର ସାମ୍ବାଦିକ ଙ୍କୁ ଜଣେ ହାବିଲଦାର ଅତି ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହିତ ଧକ୍କା ମାରିଥିଲେ

I ତେବେ ପୁଣି ଆଜି ସମ୍ବଲପୁର ରେ ଜଣେ ଆଇଆଇସି କର୍ତବ୍ୟରତ ଜଣେ ସାମ୍ବାଦିକ ଙ୍କୁ ଧକ୍କା ମାରିଛନ୍ତି ତାହା ପୁଣି ପବ୍ଲିକ ଙ୍କ ଆଗରେ I ଖବର ଅନୁଯାଇ ସମ୍ବଲପୁର ର ଏକ ଘରୋଇ ସ୍କୁଲ ରେ ଦୁଷ୍କର୍ମ ଅଭିଯୋଗ ଆସିବାପରେ କଳିଙ୍ଗ ଟିଭି ରିପୋର୍ଟର ଗୁଣମଣି ବିଶ୍ୱାଳ ଖବର ସଂଗ୍ରହ ପାଇଁ ଯାଇଥିବା ବେଳେ ସେଠାରେ ଥିବା ଆଇଆଇସି ତାଙ୍କୁ ଅଟକାଇଥିଲେ I

ତେବେ ରିପୋର୍ଟର ଜଣଙ୍କ ତାଙ୍କ ପରିଚୟ ପତ୍ର ଦେଖାଇବା ସହିତ ତାଙ୍କ ହାତରେ କଳିଙ୍ଗ ଟିଭି ର ବୁମ ଦେଖାଇଥିଲେ କିନ୍ତୁ ଧନୁପାଲି ଥାନା ଆଇଆଇସି କମଳ କୁମାର ପଣ୍ଡା ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ କିଛି ରିପୋର୍ଟ ନେବା ଦରକାର ନାହିଁ କହି ଧକ୍କା ମାରିଥିବା ନେଇ ରିପୋର୍ଟର ଅଭିଯୋଗ କରିଛନ୍ତି I

Leave a Reply

Your email address will not be published. Required fields are marked *