Tik tok , Helo ଆପ ବ୍ୟବହାରକାରୀ ମାନଙ୍କ ପାଇଁ ଦୁଃଖ ଖବର,ବ୍ୟାନ ହେଇପାରେ ଏହି ଦୁଇ App

ସ୍ମାର୍ଟ ଫୋନ ରେ ବହୁଳ ମାତ୍ରାରେ ବ୍ୟବହାର କରାଯାଉଥିବା tikTok ଓ Helo ଆପ କୁ ବ୍ୟାନ କରିପାରନ୍ତି କେନ୍ଦ୍ର ସରକାର ।ଦେଶ ବିରୋଧୀ କାର୍ଯ୍ୟକଳାପ କୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗରେ କେନ୍ଦ୍ରସରକାରଙ୍କ ଇଲୋଟ୍ରୋନିସିକ ଓ ଆ ଇ ଟି ବିଭାଗ ପକ୍ଷରୁ ନୋଟିସ କରାଯାଇଛି ଏହି ଦୁଇ ଆପ କମ୍ପାନୀକୁ।

24 ପ୍ରଶ୍ନର ଏକ ସେଟ ମାଧ୍ୟମରେ କମ୍ପାନୀ ଠାରୁ ଉତ୍ତର ଜାଣିବାକୁ ଚାହିଁଛନ୍ତି କେନ୍ଦ୍ର ସରକାର । ଉକ୍ତ କମ୍ପାନୀ ଯଦି ଆସନ୍ତା ୨୨ତାରିଖ ସୁଦ୍ଧା ନିଜର ଉତ୍ତର ନରଖାନ୍ତି ତାହେଲେ ଚୀନ କମ୍ପାନୀ ‘ବାଇଟଡ୍ୟାନସ’ ଅଣ୍ଡରରେ ଥିବା ଏହି ଦୁଇ ଆପକୁ ବ୍ୟାନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ସରକାର। ଗତ କିଛିଦିନ ପୂର୍ବରୁ ମେଡିକାଲ ରେ ନର୍ସମାନଙ୍କର tik tok ଭିଡ଼ିଓ ବିବାଦର ଶିରୋନାମ ପାଲଟିଥିଲା ଆଉ ଏବେ ଦେଶ ବିରୋଧୀ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦଉଛି ଅଭିଯୋଗ ଆଣି ପ୍ରଧାନମନ୍ତ୍ରୀଙ୍କୁ ଏକ ଚିଠି ଲେଖିଥିଲେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ସହଯୋଗୀ ସଂସ୍ଥା ସ୍ବଦେଶୀ ଜାଗରଣ ମଞ୍ଚ ଯାହାକୁ ଗୁରୁତ୍ୱର ସହ ନେଇଛନ୍ତି କେନ୍ଦ୍ର ସରକାର । ସେପଟେ ଦୁଇ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ଭାରତ ସେମାନଙ୍କ ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ବଜାର। ଲୋକମାନଙ୍କ ଠାରୁ ପାଇଥିବା ସହଯୋଗ ଆମକୁ ଅତନ୍ତ୍ୟ ଖୁସି ଆଣିଦେଇଛି । ଆମେ ସରକାରଙ୍କ ସବୁ ନିୟମ ପାଳନ କରିବା ସହ ସମସ୍ତ ସହଯୋଗ କରିବୁ

Leave a Reply

Your email address will not be published. Required fields are marked *