ଦିଲ୍ଲୀ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଲା ଦୀକ୍ଷିତଙ୍କ ୮୧ବର୍ଷ ବୟସରେ ପରଲୋକ

ଦୀର୍ଘଦିନ ଧରି ହୃଦରୋଗରେ ପୀଡିତଥିବା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦିଲ୍ଲୀ ପିସିସି ସଭାନେତ୍ରୀ ଶିଲା ଦୀକ୍ଷିତଙ୍କ ୮୧ବର୍ଷ ବୟସରେ ପରଲୋକ ଘଟିଛି।

ସୋନିଆ ଗାନ୍ଧୀଙ୍କ ଘନିଷ୍ଠ ସହଯୋଗୀ ଭାବେ ଜଣା ଶିଲା ୧୯୯୮ରୁ ୨୦୧୩ ପର୍ଯ୍ୟନ୍ତ ୧୫ ବର୍ଷ ଧରି ଦିଲ୍ଲୀରେ ୩ଥର ମୁଖ୍ୟମନ୍ତ୍ରୀ ଥିଲେ ତେବେ ୨୦୧୩ ଅରବିନ୍ଦ କେଜରିବାଲଙ୍କ ଆମ ଆଦମୀ ପାର୍ଟିର ବିପୁଳ ବିଜୟରେ କ୍ଷମତାରୁ ଯାଇଥିଲେ ଶିଲା।

ପରେ ୟୁପିଏ୨ ସରକାର ତାଙ୍କୁ ୫ମାସ ଧରି କେରଳର ରାଜ୍ୟପାଳ ଭାବେ ଅବସ୍ଥାପିତ କରିଥିଲେ । ଶିଲାଙ୍କ ଜନ୍ମ କପୁରଥଲ, ପଞ୍ଜାବରେ ଦିଲ୍ଲୀ ଯୀସଉସ ଆଣ୍ଡ ମେରୀ ସ୍କୁଲରୁ ପାଠପଢ ପରେ ଇତିହାସରେ ମାଷ୍ଟର ଡିଗ୍ରୀ କରିଥିଲେ ଶିଲା। କଂଗ୍ରେସରେ ଜଣେ ବରିଷ୍ଠନେତ୍ରୀ ହିସାବରେ ଉତ୍ତର ପ୍ରଦେଶର କାନୁଜ ସଂସଦିୟ କ୍ଷେତ୍ରରୁ ପ୍ରଥମେ ନିଜର ପଲଟିକାଲ କ୍ୟାରିଅର ଆରମ୍ଭ କରନ୍ତି ଶିଲା ପରେ (୧୯୮୪-୧୯୮୯) ୟୁନାଇଟେଡ଼ ନେସନ କମିଶନ ଅନ ଷ୍ଟାଟସ ଅଫ ଓମେନ ର ପ୍ରତିନିଧିତ୍ୱ କରିଥିଲେ , (୧୯୮୬-୧୯୮୯) କେନ୍ଦ୍ର ସଂସଦୀୟ ବ୍ୟାପାର ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଥିଲେ ଶିଲା।

Leave a Reply

Your email address will not be published. Required fields are marked *