୪ ଦିନରେ ୪ଜଣ ସାମ୍ବାଦିକ ଙ୍କୁ ଆକ୍ରମଣ ,ନିଆଯାଇନି କୌଣସି କାର୍ଯ୍ୟାନୁଷ୍ଠାନ ଆପଣ ମାନେ ଖୁସି ତ ?

ଅନ୍ୟ ପାଇଁ ସବୁ ସମୟରେ ସ୍ୱର ଉଠାଉଥିବା ସାମ୍ବାଦିକ ଆଜି ସୁରକ୍ଷିତ ନୁହେଁ I ବିଗତ ଚାରି ପାଞ୍ଚ ଦିନ ରେ ଚାରି ଚାରି ଜଣ ସାମ୍ବାଦିକ ଙ୍କୁ ଆକ୍ରମଣ କରାଯିବା ସମସ୍ତଙ୍କୁ ଦୋହଲେଇଦେଇଛି I ଦୁର୍ନୀତି, ପିସି ଭଳି ଖବର ର ଗୁମର ଖୋଲିବାକୁ ଚେଷ୍ଟା କଲେ ସାମ୍ବାଦିକ ମାନେ ଶିକାର ହେଉଛନ୍ତି ତେବେ ସବୁଠୁ ବଡ଼କଥା ସାମ୍ବାଦିକ ଙ୍କୁ ମାଡ ମାରିବାରେ ମୁଖ୍ୟ ପୁରଧା ସାଜିଛି ପୋଲିସ ପ୍ରସାଶନ I ଜୁଲାଇ ୧୪ରେ ପୁରୀ ଟ୍ରିପଲ ମର୍ଡର ଘଟଣା ର ଖବର ସଂଗ୍ରହ ପାଇଁ ଯାଇଥିବା କନକ ନ୍ୟୁଜ ପ୍ରତିନିଧି ପରେଶ ନାୟକଙ୍କୁ ହାବିଲଦାର ଧକ୍କା ମାରିବା ସହିତ ଦୁର୍ବ୍ୟବହାର କରିଥିଲେ

,ଏହାପରେ ଏହାର ମାତ୍ର ଦୁଇଦିନ ପରେ ଜୁଲାଇ ୧୭ରେ କେନ୍ଦ୍ରାପଡା ରେ ମୁଖ୍ୟମନ୍ତ୍ରୀ ଙ୍କ ସମାବେଶ ଖବର ସଂଗ୍ରହ ପାଇଁ ଯାଇଥିବା ନ୍ୟୁଜ-୧୮ ସାମ୍ବାଦିକ ଅଜେସ ମଲ୍ଲିକ ଙ୍କୁ କେନ୍ଦ୍ରାପଡା ଏସ୍ପି ଦୁର୍ବ୍ୟବହାର କରିବା ସହିତ ହାତ ଉଠାଇଥିଲେ I

ଏତିକିରେ ସରିନଥିଲା ସାମ୍ବାଦିକ ଙ୍କ ଉପରେ ଆକ୍ରମର ର ତାଲିକା I ପୁଣିଥରେ ଜୁଲାଇ ୧୯ରେ କଳିଙ୍ଗ ଟିଭିର ସମ୍ବଲପୁର ରିପୋର୍ଟର ଏକ ଘରୋଇ ସ୍କୁଲ ରେ ଦୁଷ୍କର୍ମ ଖବର ସଂଗ୍ରହ ପାଇଁ ଯାଇଥିବା ବେଳେ ତାଙ୍କୁ IIC ଧକ୍କା ମାରି ଦୁର୍ବ୍ୟବହାର କରିଥିଲେ I

ସମାନ ଭାବେ ସେହିଦିନ ମଧ୍ୟ କେନ୍ଦ୍ରାପଡା ପାଟକୁରା ରେ ଖବର ପ୍ରସାରଣ କରୁଥିବା ସମୟରେ ମହିଳା ସାମ୍ବାଦିକା ସ୍ଵାତି ଜେନା ଙ୍କ ସହିତ ଅର୍ଗସ ଟିମ୍ କୁ କିଛି ଦୁବୁର୍ତ୍ତ ଆକ୍ରମଣ କରିଥିଲେ Iଏପରିକି ଡ୍ରାଇଭର ଙ୍କୁ ନିର୍ଘାତ ମାଡ ମାରିଥିଲେ I ତାଙ୍କୁ ସାଶକ ଦଳର କିଛି କର୍ମୀ ଆକ୍ରମଣ ଅଭିଯୋଗ ହେଇଚି I

ତେବେ ଏସବୁ ଘଟଣାରେ ୟା ମଧ୍ୟରେ ଅନେକ ଘଣ୍ଟା ବିତିଯାଇଥିଲେ ମଧ୍ୟ କୌଣସି ଗୋଟିଏ ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ I

Leave a Reply

Your email address will not be published. Required fields are marked *