ଇଟାଭାଟିରେ ଦିନମଜୁରୀ କରି ପେଟ ପୋଷୁଥିଲେ ,ୟୁନିଭର୍ସିଟି ଟପ୍ପର ହେଇ ଏମଏରେ ଗୋଲ୍ଡ ମେଡାଲ ପାଇଲେ ନଗର ବିକାଶ ମନ୍ତ୍ରୀ ଦେଲେ ନିଯୁକ୍ତି ,ଖୁସିରେ ନାଚିଲେ ମୁନ୍ନାବତୀ

ବେଳେବେଳେ ମଣିଷ ଅନୁକୂଳ ପରିବେଶରେ ସବୁ ସୁବିଧାର ଲାଭ ଉଠାଇ ମଧ୍ୟ ସଫଳତା ନପାଇ ଭାଗ୍ୟ କୁ ନିନ୍ଦୀ ଥାଏ ,କିନ୍ତୁ ଅନେକ ସମୟରେ ଦେଖାଯାଇଛି କି ଗରିବୀ ଆର୍ଥିକ ଅନଟନ ସଫଳତା ବାଟରେ ସମସ୍ୟା ହେଇପାରିନାହିଁ I ସେମିତି ଏକ ବିରଳ ସଫଳତା ଦେଖିବାକୁ ମିଳିଛି ଝାଡଖଣ୍ଡର ରାଞ୍ଚିର ଡୋଲଇଞ୍ଚା ଗାଁରେ I ଏହି ଗ୍ରାମରେ ଏକ ଅତି ଗରିବୀ ପରିବାରରେ ମୁନ୍ନାବତୀ ଙ୍କ ଜନ୍ମ I ଏପରିକି ପେଟକୁ ଦୁଇଓଳି ଖାଇବା ଯୋଗାଡ଼ କରିବା ତାଙ୍କ ପରିବାର ପାଇଁ ସମ୍ଭବ ନଥିଲା I

ପରିବାର ରେ ସେ ଏବଂ ତାଙ୍କର ଜଣେ ସାନ ଭାଇ ସହିତ ୨ ବଡ ଭଉଣୀ I ପେଟ ପୋଷିବା ପାଇଁ ତାଙ୍କୁ କଷ୍ଟ ହେଉଥିବାରୁ ୧୯୯୮ରେ ଦଶମ ପାସ୍ କରି ସାରି ପାଠରେ ଡୋରି ବାନ୍ଧିଥିଲେ I କିନ୍ତୁ ପଢ଼ିବାର ନିଶା ତାଙ୍କ ବହୁତ ଥିଲା I ପେଟ ପୋଷିବାକୁ ଦଶମ ପରେ ଘର ପାଖ ଏକ ଇଟା ଭାଟିରେ ମଜୁରୀ ଲାଗୁଥିଲେ I ପାଖାପାଖି 7ବର୍ଷ ଯାଏଁ ଅର୍ଥାତ ୨୦୦୫ ପର୍ଯ୍ଯନ୍ତ ସେ ମଜୁରୀ କରୁଥିବା ସମୟରେ ପୁଣିଥରେ ପାଠ ପଢିବାକୁ କଲେଜ ରେ ନା ଲେଖାଇଲେ I ଏବଂ ସଂସ୍କୃତରେ ସ୍ନାତକ ଡିଗ୍ରୀ ହାସଲ କଲେ ।ଏହାପରେ ମୁନ୍ନାୱତୀ ସଂସ୍କୃତରେ ଏମଏ ରେ ଉତୀର୍ଣ୍ଣ ହେବା ସହିତ ୟୁନିଭର୍ସିଟି ଟପ୍ କରିଥିଲେ ଏବଂ ଏଥିପାଇଁ କରି ଏମଏରେ ଗୋଲ୍ଡ ମେଡାଲ ପାଇଲେ I

ଘଟଣାଟି ଜଣାପଡିବା ପରେ ସାରା ରାଜ୍ୟରେ ଚର୍ଚ୍ଚା ହେବାକୁ ଲାଗିଲା ଏବଂ ଖୋଦ ନଗର ବିକାଶ ମନ୍ତ୍ରୀ ସିପି ସିଂହ ମୁନ୍ନାବତୀଙ୍କୁ ପ୍ଲସ୍-ଟୁ ହାଇପୋଷ୍ଟ ଗ୍ରାଜୁଏଟ୍ ଟ୍ରେଣ୍ଡ ଟିଚର ଭାବେ ପୋଷ୍ଟିଂ ଲେଟର ପ୍ରଦାନ କରିଛନ୍ତି । ଏହାପରେ ଖୁସିରେ ନାଚିଥିଲେ ମୁନ୍ନାବତୀ ,ଏବଂ ଆଗକୁ ସମାଜ ପାଇଁ କିଛି କରିବାର ତାଙ୍କର ବହୁତ ଇଛା ଅଛି ,ଶିକ୍ଷୟତ୍ରୀ ଭାବରେ ସେ ଯୋଗ ଦେଇ ଏହି ଇଛା ପୂରଣ କରିବେ I

Leave a Reply

Your email address will not be published. Required fields are marked *