ହାରି ନାହାନ୍ତି ବିଜୟ ଙ୍କୁ ହରାଇ ଦିଆଯାଇଛି ? ବିଜେପି ରେ ଗୃହ ଶତ୍ରୁ !

ହାରିଯାଇଛନ୍ତି ବିଜେପି ର ଟାଣୁଆ ତଥା ରାଜ୍ୟ ରାଜନୀତି ର ଜଣେ ପୋଖତ ରIଜନୀତିଜ୍ଞ I ଦୀର୍ଘ 19 ବର୍ଷ ଧରି ବିଧାନସଭା ମାଟି ମାଡିପାରୁନଥିବା ବିଜୟ ଙ୍କ ପାଇଁ ବିଜେଡି ସୁପ୍ରିମ ନବୀନ ଯେତିକି ଉଦ୍ୟମ କରିଛନ୍ତି ଚର୍ଚା ହେଉଛି କି ବିଜେପି ର କିଛି ଗୃହ ଶତ୍ରୁ ମଧ୍ୟ ସେତିକି ଚେଷ୍ଟା କରିଛନ୍ତି I ଏମିତିରେ ଦେଖିବାକୁ ଗଲେ ଉପକୂଳବର୍ତ୍ତୀ ଜିଲ୍ଲାରେ ବିଜୟ ଙ୍କ ଲୋକପ୍ରିୟତା ରହିଛି I

ତେବେ ଚର୍ଚା ହୁଏ କି ବିଜୟ ଏବଂ କିଛି ନିର୍ଦ୍ଧିଷ୍ଟ ଗୋଷ୍ଠୀ ଙ୍କ ମଧ୍ୟରେ ସମ୍ପର୍କ ସେତେ ଭଲ ନୁହେଁ ,ଯେଉଁଥିପାଇଁ ବିଜୟ ଦଳରେ ଅଣନିଶ୍ଵାସି ହେଇ ଇସ୍ତଫା ଦେଇଥିଲେ,ଏବଂ ସିଧାସଳଖ ବିଜେପି ର ନେତୃତ୍ୱ କୁ ଆଙ୍ଗୁଳି ଦେଖାଇଥିଲେ I ଏହାପରେ ବୈଜୟନ୍ତ ଙ୍କ ବିଜେପି ରେ ମିଶ୍ରଣ ପରେ ବିଜୟ ମହାପାତ୍ର ଦଳକୁ ଫେରିଥିଲେ I ଅବଶ୍ୟ ବିଜୟ ଙ୍କ ପୁନର୍ବାର ବିଜେପି କୁ ପ୍ରତ୍ୟାବର୍ତନ କୁ ବିଜେପି ର କିଛି ଦଳୀୟ ନେତା ବିରୋଧ କରିଥିଲେ I

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରାଜ୍ୟ ରାଜନୀତି ରେ ନିଜକୁ ଶୀର୍ଷ ଭାବୁଥିବI କିଛି ଗୋଷ୍ଠୀ ଅନ୍ୟ ମାନଙ୍କୁ ସର୍ବଦା ପକ୍ଷ ଛେଦନ କରିବାରେ ଲାଗିପଡିଛନ୍ତି ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି I ସେ ବୈଜୟନ୍ତ , ଅପରାଜିତା କି ଜୁଏଲ ହୁଅନ୍ତୁ I ଅପରାଜିତା ଯୋଗଦେବା ପରେ ତାଙ୍କ ଗୁରୁତ୍ୱ ବଢୁଥିବା ବେଳେ ପ୍ରଧାନମନ୍ତ୍ରୀ ଙ୍କ ସମାବେଶ ରେ ତାଙ୍କୁ ଆସନ ଦିଆନଯାଇ ଗୁରୁତ୍ୱ କମାଇ ଦିଆଯାଇଥିଲା ,ସେହିପରି ଚର୍ଚିତ ଥିବା ମନ୍ତ୍ରୀ ଜୁଏଲ ଙ୍କୁ ମଧ୍ୟ ଏଥରକ ମନ୍ତ୍ରୀପଦ ମିଳିନାହିଁ ,ଏପରିକି ରାତାରାତି ମନ୍ତ୍ରୀ ହେଇ ଲୋକପ୍ରିୟ ହେଇଥିବା ପ୍ରତାପ ଙ୍କ ନାମରେ ବହୁ ପୁରୁଣା ତଥା ବିଭ୍ରାନ୍ତିକର ମାମଲା କୁ ଲଗାଇ ଅନ୍ତର୍ଜାତୀୟ ଗଣମାଧ୍ୟମ ରେ ଛବି ମଳିନ କରାଯିବାକୁ ଚେଷ୍ଟା କରାଯାଇଥିବା ଅଭିଯୋଗ ହେଇଥିଲା

,କେବଳ ଅଭିଯୋଗ ନୁହେଁ ବଳିଷ୍ଠ ସାମ୍ବାଦିକ ସତ୍ୟ ନାୟକ ସିଧାସଳଖ କହିଥିଲେ କି ପ୍ରତାପ ଙ୍କ ଛବି ମଳିନ ପଛରେ ରାଜ୍ୟର ଜଣେ ଶୀର୍ଷ ନେତୃତ୍ୱ ଙ୍କ ହାତ ଅଛି I ତେବେ ବିଜୟ ଙ୍କ ହାରିବରେ ଷଡଯନ୍ତ୍ର ହେଇନି ତ ?

ନିଜକୁ ଭବିଷ୍ୟତ ର ମୁଖ୍ୟମନ୍ତ୍ରୀ ଭାବୁଥିବା ସେହି ଗୋଷ୍ଠୀର ନେତୃତ୍ୱ ନେଉଥିବା ନେତା ଏଥିପାଇଁ ଦାୟୀ ନୁହନ୍ତି ତ ? ବିଜୟ ମଧ୍ୟ କହିସାରିଛନ୍ତି ଯେ ଲୋକସମର୍ଥନ ତାଙ୍କ ସହିତ ଥିବାବେଳେ ଏପରି କେମିତି ହେଲା ସେ ଭାବିପାରୁନାହାନ୍ତି I

Leave a Reply

Your email address will not be published. Required fields are marked *