ଭାଇରାଲ୍ ହେଲା ମୁଖ୍ୟମନ୍ତ୍ରୀଙ୍କ ଆଉ ଏକ ଭିଡିଓ, ଚାଲିଥିଲା ପାଟକୁରା ଭୋଟ ଗଣତି ଆଉ ଜଗିଙ୍ଗିରେ ବ୍ୟସ୍ତ ଥିଲେ ନବୀନ।

ଆଜି ଥିଲା ପାଟକୁରା ନିର୍ବାଚନ ଫଳାଫଳର ଦିନ। ଫଳ ବାହାରିସାରିଛି ଆଉ ବିଜେଡି ପାର୍ଥିନି ସାବିତ୍ରୀ ଅଗ୍ରୱାଲ ପ୍ରାୟ ୧୮ହଜାର ଭୋଟରେ ବିଜେପି ପାର୍ଥି ବିଜୟ ମହାପାତ୍ରଙ୍କୁ ହରାଇଛନ୍ତି। ଠିକ ୟାରୀ ଭିତରେ ଏକ ଖବର ସାମ୍ନାକୁ ଆସିଛି। ପାଟକୁରା ଭୋଟ ଗଣତି ଚାଲିଥିଲା ସେପଟେ ନବୀନ ନିବାସରେ ନବୀନ ପଟ୍ଟନାୟକ ୱର୍କ ଆଉଟ କରିବାର ଭିଡ଼ିଓ ସାମ୍ନାକୁ ଆସିଛି।

ପୂର୍ବରୁ ସାଧାରଣ ନିର୍ବାଚନର ମାହଲ ଚାଲିଥିବା ବେଳେ ଠିକ ଏହିପରି ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଘୁରିବୁଲୁଥିଲା। ଆଉ ଏବେ ଯେତେବେଳେକି ପାଟକୁରା ଭୋଟ ଗଣତି ଚାଲିଛି ସେତେବେଳ ନବୀନ ପଟ୍ଟନାୟକ ନବୀନ ନିବାସରେ ଜଗିଙ୍ଗି କରୁଥିବାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଘୁରିବୁଲୁଛି। ତେବେ ପାଟକୁରା ଭୋଟ ଗଣତି ସମୟରେ ଏଭଳି ଭିଡ଼ିଓ ଘୁରି ବୁଲିବା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିପାରେ

Leave a Reply

Your email address will not be published. Required fields are marked *