ସୁରକ୍ଷିତ ନୁହନ୍ତି ଝିଅ ,ସରକାରୀ ତଥ୍ୟ ଅନୁଯାଇ ଓଡ଼ିଶାରେ ୩ ମାସରେ ୫୦୨ ଝିଅ ନିଖୋଜ,ପତ୍ତା ପାଉନି ପୋଲିସ

ଦିନକୁ ଦିନ ମହିଳା ଅପହରଣ ତଥା ବାହାରକୁ ଚାଲାଣ ହେଉଥିବା ବେଳେ ଓଡିଶା ମଧ୍ୟ ପଛରେ ନାହିଁ I ଓଡିଶାରୁ ବହୁ ସଂଖ୍ୟାରେ ଝିଅ ମାନେ ନିରୁଦ୍ଧିଷ୍ଟ ହେଇଯାଇଛନ୍ତି I ଏକଥା ଆମେ କହୁନୁ ସରକାରୀ ରିପୋର୍ଟ କହୁଛି Iଏନେଇ ବିଧାନସଭା ରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଏକ ପ୍ରଶ୍ନ ପଚାରିଥିଲେ ଯାହାର ଉତ୍ତର ରଖିଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ।ମନ୍ତ୍ରୀ ଙ୍କ ତଥ୍ୟ ଅନୁଯାଇ ଚଳିତ ବର୍ଷ ଜାନୁୟାରୀରୁ ମାର୍ଚ୍ଚ ମାସ ମଧ୍ୟରେ ୫୦୨ଜଣ ଝିଅ ନିଖୋଜ ହେଇଯାଇଛନ୍ତି ,ଏନେଇ ଲିଖିତ ଅଭିଯୋଗ ମଧ୍ୟ ହେଇଚି ଏବଂ ସେମାନଙ୍କ ମଧ୍ୟରୁ ମାତ୍ର ୭୯ ଜଣ ଝିଅ ଉଦ୍ଧାର ହେଇଛନ୍ତି

I କେବଳ ଝିଅ ନୁହନ୍ତି ପାଖାପାଖି ୧୦୦ ଜଣ ପୁଅ ମଧ୍ୟ ହଜିଯାଇଛନ୍ତି ଯେଉଁମାନଙ୍କ ମଧ୍ୟରୁ ୩୧ ଜଣ ଉଦ୍ଧାର ହେଇଛନ୍ତି I ତେବେ କେବଳ ଯେ ଚଳିତବର୍ଷ ଝିଅ ନିଖୋଜ ହେଇଛନ୍ତି ତାହା ନୁହେଁ ପୂର୍ବବର୍ଷ 2018 ରେ ମଧ୍ୟ ୧୮୭୫ ଜଣ ଝିଅ କେଉଁଆଡେ ହଜିଯାଇଛନ୍ତି I ସେମାନଙ୍କ ମଧ୍ୟରୁ ୮୫୪ ଝିଅଙ୍କ ପତ୍ତା ମିଳିଥିବା ବେଳେ ବାକି ଝିଅଙ୍କ ଖବର ଜଣାପଡିନାହିଁ I ତେବେ ସବୁଠୁ ଚିନ୍ତାଜନକ ବିଷୟ ପାଲଟିଛି କଟକ ଏବଂ ସ୍ମାର୍ଟସିଟି ରାଜଧାନୀ

I ତିନି ମାସ ମଧ୍ୟରେ ୫୦୨ ଜଣ ଝିଅ ମଧ୍ୟରୁ କେବଳ ୧୩୯ ଜଣ ଝିଅ ଏହି ଅଞ୍ଚଳରୁ ହଜିଯାଇଛନ୍ତି ଏନେଇ ମାମଲା ପରେ ୬୮ ଜଣଙ୍କ ଖବର ମିଳିପାରିଛି I

ତେବେ ଝିଅ ମାନଙ୍କ ଏପରି ହଜିଯିବା ଘଟଣା ନିହାତି ଚିନ୍ତାଜନକ କଥା ସବୁଠୁ ବେଶୀ ଉଦବେଗ ହେଉଛି ଯେ ତାଙ୍କ ସନ୍ଧାନ ପାଇବାରେ ପୋଲିସ ବିଫଳ I

Leave a Reply

Your email address will not be published. Required fields are marked *