ଚଣ୍ଡିଖୋଲ ଛକରେ ବିକ୍ରି ହେଇଗଲେ କଂଗ୍ରେସ ପ୍ରାଥୀ ଜୟନ୍ତ ! 40ହଜାର ଭୋଟ ବିକିଦେଲେ ?

ପାଟକୁରା ରେ ବିଜେଡି ପ୍ରାଥୀନି 95162 ଭୋଟ ପାଇଥିବା ବେଳେ ବିଜୟ ମହାପାତ୍ର 77507 ଭୋଟ ପାଇଛନ୍ତି I ତେବେ ସବୁଠୁ ଆଶ୍ଚର୍ଯ୍ୟ ଲାଗିଛି କଂଗ୍ରେସ ପ୍ରାଥୀ ଜୟନ୍ତ ମହାନ୍ତି 42138 ଖଣ୍ଡ ଭୋଟ ପାଇଥିବା ବେଳେ ଏଥରକ ମାତ୍ର 2090 ଖଣ୍ଡ ଭୋଟ ପାଇଛନ୍ତି I ପୂର୍ବଥର ଠାରୁ ଏଥରକ ଭୋଟ ବ୍ୟବଧାନ ବଢିବା ବଦଳରେ ହଠାତ 40ହଜାର ଭୋଟ କେଉଁଆଡେ ଅନ୍ତର୍ଦ୍ଧାନ ହେଇଗଲା ଯାହାକୁ ନେଇ ଜୋରଦାର ଚର୍ଚ୍ଚା I

ତେବେ ସବୁଠୁ ଆଶ୍ଚର୍ଯ୍ୟ ଲାଗୁଚି ଜୟନ୍ତ ଙ୍କ ନିଜ ବୁଥ୍ ରେ କେହି ଭୋଟ ଦେଇନାହାନ୍ତି ,ଏହା କିପରି ସମ୍ଭବ ? ଚର୍ଚ୍ଚା ଚାଲିଛି କି ଜୟନ୍ତ କୁଆଡେ ବିଜେଡି କୁ ଭୋଟ ଦେବାପାଇଁ ପ୍ରଚାର କରୁଥିଲେ I ଏପରିକି କଂଗ୍ରେସ ର ସମର୍ଥକ ଅଭିଯୋଗ କରିଛନ୍ତି କି ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଛକରେ କୁଆଡେ ଜୟନ୍ତ ବିଜେଡି ର ଜଣେ ଟାଣୁଆ ତଥା ପାୱାରଫୁଲ ନେତାଙ୍କ ସହିତ ଏକ ରୁଦ୍ଧଦ୍ବାର ବୈଠକ ରେ ବସିଥିଲେ ଯେଉଁଥିରେ କି ବିଜେଡି ବଡ଼ଚଣା ର ଜଣେ ଯୁବନେତା ମଧ୍ୟସ୍ଥତା କରିଥିଲେ I

ଯିଏକି କିଛିଦିନ ତଳେ କଂଗ୍ରେସ ଛାଡି ବିଜେଡି ରେ ସାମିଲ ହେଇଛନ୍ତି I କଂଗ୍ରେସ ସମର୍ଥକ ମାନଙ୍କ ମଧରେ ଚର୍ଚ୍ଚା ଚାଲିଛି କି ବହୁତ ଜଲ୍ଦି ବିଜେଡି ରେ ଜୟନ୍ତ ସାମିଲ ହେଇପାରନ୍ତି I

Leave a Reply

Your email address will not be published. Required fields are marked *