ଭଗବାନଙ୍କୁ ଲାଗିଥିବା ଫୁଲ ବାସି ହେବା ପରେ ଭୁଲ ରେ ବି ଫୋପାଡନ୍ତୁ ନାହିଁ, ନହେଲେ ମାଡି ଆସିବ ମହାବିପଦ

ହିନ୍ଦୁ ଧର୍ମରେ ଭଗବାନ ଙ୍କୁ ପୂଜା ଆରାଧନା କୁ ସର୍ବପ୍ରଥମ ମନାଯାଏ ,ଦେବଦେବୀ ଙ୍କ ପୂଜାରେ ମୂର୍ତି ବା ଫଟ ରେ ଵିଭର୍ଣ୍ଣ ପ୍ରକାର ଫୁଲ ରେ ସଜାଇ ଦିଆଯାଇଥାଏ I ବିଶ୍ୱାସ ରହିଛି କି ଦେବଦେବୀ ଙ୍କୁ ଫୁଲ ସମର୍ପଣ କରିବା ଦ୍ୱାରା ସନ୍ତୁଷ୍ଟ ହେଇଥାନ୍ତି ଏବଂ ମନସ୍କାମନା ପୂର୍ଣ୍ଣ ହେଇଥାଏ I ଏପରିକି କୌଣସି ଦେବଦେବୀ ଙ୍କ ଉପରୁ ଯଦି ଫୁଲ ପଡିଥାଏ ଜାଣନ୍ତୁ ଆପଣଙ୍କ ମନସ୍କାମନା ପୂର୍ଣ୍ଣ ହେବାକୁ ଯାଉଛି ଏବଂ ଖୁବ ଶୀଘ୍ର ଆପଣଙ୍କ ଉପରେ ଭଗବାନ ଙ୍କର କୃପା ମିଳିବାକୁ ଯାଉଛି I

ବିଭିର୍ଣ୍ଣ ଦେବଦେବୀ ଙ୍କର ପ୍ରିୟ ଫୁଲ ମଧ୍ୟ ରହିଛି ,ଯେପରିକି ତାରିଣୀ ଙ୍କର ଲାଲ ମନ୍ଦାର ,ଶିବଙ୍କର ଅରଖ ,ଦୂରଦୁରା ,ଲକ୍ଷ୍ମୀ ଙ୍କର ପଦ୍ମ …I ସାଧାରଣତଃ ଆମେ ପୂଜା କରିସାରିବା ପରେ ଯେଉଁ ଫୁଲ ଠାକୁର ଙ୍କ ଉପରେ ସମର୍ପଣ କରିଥାଉ ତାହା ପରଦିନ ବାସି ହେଇ ମଉଳି ବା ସୁଖି ଯାଇଥାଏ ଏବଂ ଏହି ବାସି ଫୁଲକୁ ପାଣିରେ ଭସାଇ ଦିଆଯାଇଥାଏ ,କିଛି ଲୋକମଧ୍ୟ ବାହାରେ ଫୋପାଡ଼ି ଦେଇଥାନ୍ତି I

ତେବେ କଣ ଆପଣ ବି ବାହାରେ ଫୋପାଡ଼ି ଦେଉଛନ୍ତି କି ପୂଜା ରେ ଲାଗିଥିବା ବାସୀଫୁଲ I ସାବଧାନ ଏହା ନିହାତି ଭାବରେ ଆପଣଙ୍କ ପାଇଁ ଅମଙ୍ଗଳ ହେଇପାରେ I ଶାସ୍ତ୍ର ଅନୁଯାଇ ଦେବଦେବୀ ଙ୍କ ଠାରେ ଲାଗିଥିବା ପୂଜା ଫୁଲ ବାସି ହେବାପରେ ଏହାକୁ ଏଣେତେଣେ ନଫୋପାଡ଼ି କୌଣସି ଏକ ଜଳ ଥିବା ସ୍ଥାନରେ ବିସର୍ଜନ କରିଦିଅନ୍ତୁ I

Leave a Reply

Your email address will not be published. Required fields are marked *