ଡାକ୍ତର ଘୋଷଣା କଲେ ମୃତ:ହେଲେ ଶବ ବ୍ୟବଚ୍ଛେଦ ବେଳେ ଉଠି ବସିଲା ନାବାଳକ

ଡାକ୍ତର ଜଣେ ନାବାଳକ କୁ ମୃତ ଘୋଷଣା କରିସାରିବା ପରେ ଶବ ବ୍ୟବଚ୍ଛେଦ ସମୟରେ ନାବାଳକ ଜଣଙ୍କ ଉଠି ବସିଥିଲେ। ଡାକ୍ତର ଙ୍କ ଏହିଭଳି ବେପରୁଆ ମନଭାବ ର ଏକ ଘଟଣା ସାମ୍ନାକୁ ଆସିଛି ମଧ୍ୟପ୍ରଦେଶ ର ଜବଲପୁର ଅଞ୍ଚଳ ରେ।

ସୂଚନା ଅନୁସାରେ ଜବଲପୁର ତିଲହରି ରେ ରହୁଥିବା ଜଣେ ମହିଳା ସବିତା ନଜର ତାଙ୍କ ଘର ମାଲିକ ଙ୍କ ସହ ଘରଭଡ଼ା କୁ ନେଇ ଯୁକ୍ତିତର୍କ ଲାଗିଥିଲା। ଏହି ଝଗଡ଼ା କୁ କେନ୍ଦ୍ର କରି ମୀନା ଓ ବର୍ଷା ନାମକ ଦୁଇ ଜଣ ମହିଳା ସବିତା ଙ୍କୁ ମାଡ଼ ମାରିଥିଲେ।

ଏହା ଦେଖି ତାଙ୍କ ପୁଅ ଅନୁରାଗ ନିଜ ମାଆ ଙ୍କୁ ରକ୍ଷା କରିବାକୁ ଧାଇଁ ଆସିଥିଲେ। ଏହା ଭିତରେ ମାଡଗୋଳ ମଧ୍ୟରେ ଅନୁରାଗ ଆହତ ହୋଇଥିଲେ। ଆହତ ଅବସ୍ଥା ରେ ଅନୁରାଗ ଙ୍କୁ ଜବଲପୁର ହସ୍ପିଟାଲ୍ ରେ ଭର୍ତି କରାଯାଇଥିଲା। ମାତ୍ର ସେଠାରେ ଡାକ୍ତର ଜଣଙ୍କ ଅନୁରାଗ ଙ୍କୁ ମୃତ ବୋଲି ଘୋଷଣା କରିଥିଲେ। କିନ୍ତୁ ଆଶ୍ଚର୍ଯ୍ୟ କଥା ଯେ ଅନୁରାଗ ଙ୍କ ସବ ବ୍ୟବଚ୍ଛେଦ ସମୟରେ ଅନୁରାଗ ଉଠି କି ବସିଥିଲେ। ଯାହାକି ସେହି ଅଞ୍ଚଳ ରେ ବହୁତ୍ ଚର୍ଚ୍ଚା ର ବିଷୟ ପାଲଟିଛି।

Leave a Reply

Your email address will not be published. Required fields are marked *