୧୫ ଅଗଷ୍ଟରେ ମାଗଣାରେ ହେଲମେଟ୍ ବାଣ୍ଟିବ ସ୍ବେଛାସେବୀ ,ଯେ କେହିବି ଅନଲାଇନ୍ ରେଜିଷ୍ଟ୍ରେସନ କରି ପାଇପାରିବେ

ସଡକ ଦୁର୍ଘଟଣା ରେ ପ୍ରତିଦିନ କେହି ନା କେହି ମୃତ୍ୟୁବରଣ କରୁଛନ୍ତି ,ଯେତେ ସଚେତନ କଲେ ମଧ୍ୟ ଲୋକମାନେ ସୁଧୁରୁନାହାନ୍ତି I ବିନା ହେଲମେଟ ରେ ଗାଡି ଚଳାଉଛନ୍ତି ତେବେ ସଡକ ଦୁର୍ଘଟଣା କୁ ରୋକିବାକୁ ହେଲମେଟ ପିନ୍ଧିବା କୁ ଗୁରୁତ୍ୱ ଦେଇ ଦିଲ୍ଲୀର ଏଜ ସ୍ୱେଛାସେବି ସଂଘଠନ ଶହୀଦ ଭଗତ ସିଂ ଯୁବକ ସଭା ଅଭିନବ ପ୍ରୟାସ ଆରମ୍ଭ କରିଛି I

ଆସନ୍ତା 15ତାରିଖ ରେ ଏକ ବିଶାଳ ରାଲି ଆୟୋଜନ କରାଯାଉଛି ଏଥିରେ ଭାଗ ନେବାକୁ ଯୁବକ ମାନଙ୍କୁ ଆହ୍ୱାନ ଦିଆଯାଇଛି I ଦିଲ୍ଲୀର ବିଭିର୍ଣ୍ଣ ରାସ୍ତାରେ ରାଲି କରାଯିବ I ଏହା ସହିତ ୧୫ ଅଗଷ୍ଟରେ ୫୫୫୫ଟି ମାଗଣା ହେଲମେଟ୍ ବଣ୍ଟା ଯିବ I ଏନେଇ ଯେଉଁମାନେ ମାଗଣାରେ ହେଲମେଟ ପାଇବାକୁ ଚାଁହୁଛନ୍ତି ସେମାନେ ଏହି ଲିଙ୍କ ରେରେଜିଷ୍ଟ୍ରେସନ କରି ଏହାର ଫାଇଦା ନେଇପାରିବେ I ଆସନ୍ତାକାଲି ଅର୍ଥାତ ୨୭ ଜୁଲାଇ ସକାଳ ୮ଟାରୁ ଅନଲାଇନ ପ୍ରୋସେସ ଆରମ୍ଭ ହେବ,ଯେଉଁମାନେ ନେବାକୁ ଚାଁହୁଛନ୍ତି ସେମାନେ ଉପରଲିଖିତ ଲିଙ୍କ ରେ ରେଜିଷ୍ଟ୍ରେସନ କରି ଆସନ୍ତା ଅଗଷ୍ଟ ୩-୪ ତାରିଖ ରେ ନିଜର ପରିଚୟ ପତ୍ର ଦେଖାଇ ହେଲମେଟ ନେଇପାରିବେI ତେବେ ପ୍ରଥମେ ରେଜିଷ୍ଟ୍ରେସନ କରିଥିବା ୫୫୫୫ ପରେ ଏହି ସୁଯୋଗ ବନ୍ଦ କରିଦିଆଯିବ I ଏବଂ ଏହା କେବଳ ଦିଲ୍ଲୀ ର ବାସିନ୍ଦା ଙ୍କ ପାଇଁ I

Leave a Reply

Your email address will not be published. Required fields are marked *