ନିମ୍ନ ମାନର ଔଷଧ ଦେଇ ରୋଗୀଙ୍କୁ ଠକୁଥିଲା କଳିଙ୍ଗ ହସ୍ପିଟାଲ , ଚଢ଼ାଉ କଲା ସ୍ୱାସ୍ଥ୍ୟ ବିଭାଗ

କିଛିଦିନ ତଳେ ଶବ କୁ ଅଟକାଇ ଟଙ୍କା ମାଗିବା ପରେ ବିଜେପି ବିଧାୟକ ମୋହନ ଚରଣ ମାଝୀ କଳିଙ୍ଗ ହସ୍ପିଟାଲ କର୍ତ୍ତୃପକ୍ଷ ଙ୍କୁ ଦେଖାକରି ଏନେଇ ଆଲୋଚନା କରିଥିଲେ ମଧ୍ୟ ହସ୍ପିଟାଲ କର୍ତ୍ତୃପକ୍ଷ ବିଧାୟକ ଙ୍କୁ ଗେଟ ଆଉଟ କହି ଅପମାନିତ କରିଥିଲେ ,ଏନେଇ ବିଧାୟକ ସ୍ୱାସ୍ଥ୍ୟମନ୍ତ୍ରୀ ଙ୍କୁ ଅବଗତ କରିବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇ କଳିଙ୍ଗ ହସ୍ପିଟାଲ କୁ ସରକାରୀ ରାଜ୍ୟ ଚିକିତ୍ସା ପାଣ୍ଠି ରୁ ବାଦ୍ ଦିଆଯାଇଥିଲା

I ଏବେ ପୁଣି ଥରେ ବିବାଦ କୁ ଆସିଛି କଳିଙ୍ଗ ହସ୍ପିଟାଲ I ନିମ୍ନମାନର ଔଷଧ ଦେଇ ରୋଗୀଙ୍କୁ ଠକୁଥିଲା କଳିଙ୍ଗ ହସ୍ପିଟାଲ I ଏମିତି ଅଭିଯୋଗ ଆସିବା ପରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଏକ 3ଜଣିଆ କମିଟି କରାଯାଇ ଚଢ଼ାଉ କରାଯାଇଥିଲା I ଚଢ଼ାଉ ସମୟରେ ନିମ୍ନ ମାନର ଔଷଧ ଥିବା ଜଣାପଡିଥିଲା ଏବଂ ଏହିସବୁ ଔଷଧ ଜବତ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି I

ଏସବୁ କେଉଁଠାରୁ ଆସିଛି ବୋଲି ଚଢ଼ାଉ ଟିମ୍ କାଗଜପତ୍ର ମାଗିଥିଲେ ମଧ୍ୟ ହସ୍ପିଟାଲ ପକ୍ଷରୁ ଦେଇପାରିନଥିଲେ I

Leave a Reply

Your email address will not be published. Required fields are marked *