ବିଦ୍ୟାଳୟ ମାନଙ୍କରେ ୨ ହଜାର କମ୍ପ୍ୟୁଟର ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ: ଗଣଶିକ୍ଷା ମନ୍ତ୍ରୀ

୪ ହଜାର କମ୍ପ୍ୟୁଟର ଶିକ୍ଷକଙ୍କୁ ଛଟେଇ କରାଯିବା ନେଇ ଗତକାଲି ବିଧାନସଭାରେ ବିରୋଧୀ ହୋ ହାଲ୍ଲା କରିବା ପରେ ଏହାର ଉତ୍ତର ରଖିଥିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ I ଏହି ଘଟଣାରେ ସେ ଦୁଃଖ ପ୍ରକାଶ କରିବା ସହିତ କହିଥିଲେ କି ସେହି ଶିକ୍ଷକ ମାନଙ୍କୁ ସରକାର ନିଯୁକ୍ତି ଦେଇନଥିଲେ Iଏକ ସର୍ଭିସ ପ୍ରୋଭାଇଡର ଦ୍ୱାରା ସେମାନେ ନିଯୁକ୍ତି ପାଇଥିବା ବେଳେ ଏଜେନ୍ସି ର ଟେଣ୍ଡର କାର୍ଯ୍ୟକାଳ ସରିଯାଇଛି ଯାହାଫଳରେ କମ୍ପୁଟର ଶିକ୍ଷକ ମାନଙ୍କୁ ଚାକିରୀ ହରେଇବାକୁ ପଡିଛି I ଏପଟେ ପିଲାମାନେ କମ୍ପ୍ୟୁଟର ଶିକ୍ଷାରୁ ବଂଚିତ ହେଉଥିବା ବେଳେ ଶିକ୍ଷକ ମାନେ ମଧ୍ୟ ଚାକିରୀ ହରାଇ ରୋଜଗାର ଖୋଜୁଛନ୍ତି I

ତେବେ ଗଣଶିକ୍ଷା ମନ୍ତ୍ରୀ ଭାବରେ ଯୋଗ ଦେବାପରେ ଚର୍ଚାରେ ଥିବା ସମୀର ଦାସ ଘୋଷଣା କରିଛନ୍ତି ଯେ ରାଜ୍ୟରେ ବହୁତ ଜଲ୍ଦି ସ୍କୁଲ ମାନଙ୍କରେ ୨ ହଜାର କମ୍ପ୍ୟୁଟର ଶିକ୍ଷକ ନିଯୁକ୍ତି ଦିଆଯିବ I

Leave a Reply

Your email address will not be published. Required fields are marked *