ବେଷ୍ଟ IIC ଆୱାର୍ଡ ପାଇଥିବା ଆଇଆଇସି ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ି ଚାକିରିରୁ ନିଲମ୍ବନ

ଦୁଇଦିନ ତଳେ ଲାଞ୍ଚ ନେଇ ଧରାପଡିଥିବା IIC ଙ୍କ ବିଷୟରେ ଆସିଛି ଏକ ଚର୍ଚିତ ତଥ୍ୟ I ସୂଚନାନୁଯାୟୀ ମାଲକାନଗିରି ଆଇଆଇସି ରଞ୍ଜନ କୁମାର ସାହୁ ଏବଂ ତାଙ୍କ ସହିତ ଅନ୍ୟ ଦୁଇ ଜଣ ମିଶି ଏକ ମାମଲାର ରଫାଦଫା କରିବାକୁ ଜୈନିକ ବ୍ୟକ୍ତିଙ୍କ ଠାରୁ 1ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ୱାରା ଧରାପଡ଼ିଥିଲେ I

ପ୍ରାପ୍ତ ଖବର ଅନୁଯାଇ ଏକ ଘରୋଇ ସ୍କୁଲ ର ଜାଲିଆତି ସମ୍ପର୍କୀୟ ତଥ୍ୟ କୁ ରଫାଦଫା କରିବାକୁ ସ୍କୁଲ ପରିଚାଳକ ବିଦ୍ୟୁତ ଚରଣ ଦାଶଙ୍କୁ ଏକଲକ୍ଷ ଟଙ୍କା ମାଗିଥିଲେ ଆଇଆଇସି ରଞ୍ଜନ କୁମାର ସାହୁ I

ଏନେଇ ବିଦ୍ୟୁତ କୁମାର ଭିଜିଲାନ୍ସ କୁ ଜଣାଇଥିଲେ I ପୂର୍ବ ନିର୍ଧାରିତ ଅନୁଯାଇ IIC ବିଦ୍ୟୁତ ଙ୍କ ଠାରୁ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ମାଡି ବସିଥିଲା I ଏହି ଘଟଣାରେ ଗତକାଲି ଆଇଆଇସି ରଞ୍ଜନ କୁମାର ସାହୁଙ୍କୁ ପୋଲିସ ମହାନିର୍ଦ୍ଦେଶକ ଡାକ୍ତର ଆର.ପି ଶର୍ମା ନିଲମ୍ବନ କରିଦେଇଛନ୍ତି I ତେବେ ସବୁଠୁ ଚକିତକର ଘଟଣା ହେଉଛି ଆଇଆଇସି ରଞ୍ଜନ କୁମାର ସାହୁ କିଛିଦିନ ତଳେ ବେଷ୍ଟ ଆଇଆଇସି ଆୱାର୍ଡ ପାଇଥିଲେ I

ଏବଂ ଆଦର୍ଶ ଥାନାରେ ପୋଷ୍ଟିଙ୍ଗ ପାଇଥିଲେ I କିନ୍ତୁ ଆଦର୍ଶ ଥାନାରେ ଥିବା ବେଷ୍ଟ IIC ଆଦର୍ଶ ରୁ ଦୁରେଇ ଯାଇ ଲାଞ୍ଚ ନେଇ ଧରାପଡ଼ିବା ସମସ୍ତଙ୍କୁ ଚକିତ କରିଛି I

Leave a Reply

Your email address will not be published. Required fields are marked *