ଯୁବତୀ ଙ୍କୁ ଦୁଷ୍କର୍ମ କରିବାକୁ ଚୁମ୍ବନ ଦେଉଥିବା ବେଳେ ଦୁଷ୍କର୍ମକାରୀର ଜିଭକୁ କାମୁଡି ଛିଡାଇ ଦେଲେ ଯୁବତୀ

ଦିନକୁ ଦିନ ଦୁଷ୍କର୍ମ ବଢିଚାଲିଥିବା ବେଳେ ବଲାତ୍କାରୀ ମାନଙ୍କର ମାନସିକ ଚିନ୍ତାରେ ପରିବର୍ତନ ହେଉନି ,ଦିନ ଦିପହର ମହିଳା ମାନେ ନିର୍ଯାତିତ ହେଉଛନ୍ତି I ତେବେ ଜଣେ ଯୁବତୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ
ଜଣେ ଦୁଷ୍କର୍ମ କାରି କୁ ଉଚିତ ଦଣ୍ଡ ଦେଇ ଏକ ବଡ ଦୁର୍ଘଟଣା ରୁ ଖସି ପାରିଛନ୍ତି I

ମିଳିଥିବା ସୂଚନା ଅନୁଯାଇ ଘଟଣାଟି ରାଜସ୍ଥାନ ରାଜଧାନୀ ଅଞ୍ଚଳର I ଏଠାକାର ଜଣେ ଯୁବତୀ ନିଜ ସାଙ୍ଗର ଜନ୍ମ ଦିନରେ ଯୋଗଦେବାକୁ ଆଶ୍ରମ ମାର୍ଗ ଜି-କ୍ଲବକୁ ଯାଇଥିଲେI ତେବେ ଫେରିବା ସମୟରେ ବିଳମ୍ବ ହେବାରୁ ଯୁବତୀ ଜଣଙ୍କ ଓଲା ରେ ବୁକିଂ କରିଥିଲେ I ଓଲା ଡ୍ରାଇଭର ଜଣଙ୍କ ବିଳମ୍ବ ରେ ପହଂଚିବା ସହିତ ତାଙ୍କ ସାଙ୍ଗରେ ଅନ୍ୟ ଜଣେ ଅପରିଚିତ ଯୁବକ ଙ୍କୁ ଦେଖି ଯୁବତୀ ଯିବା ପାଇଁ ମନାକରିବାରୁ ଡ୍ରାଇଭର କହିଥିଲେ କି ଯୁବକ ଜଣଙ୍କ ତାଙ୍କ ବନ୍ଧୁ ଏବଂ ଆଗରେ ସେ ଓଲ୍ହାଇପଡିବେ I ଏହାପରେ ଯୁବତୀ ଜଣଙ୍କ ରାଜି ହେଇ ଗାଡ଼ିରେ ବସିଥିଲେ I କିନ୍ତୁ ଗାଡ଼ିରେ ବସିବା ପରେ ବସିଥିବା ଯୁବକ ଜଣଙ୍କ ଜୋରଜବରଦସ୍ତ ଯୁବତୀ ଙ୍କ ସହିତ ଧର୍ଷଣ କରିବାକୁ ଚାହିଁଥିଲେ Iଯୁବତୀ ଜଣଙ୍କ ହଠାତ କଣ କରିବେ କିଛି ଭାବିନପାରି ବୁଦ୍ଧି ବାହାର କରି ଯୁବକ ଙ୍କ ଜିଭ କୁ କାମୁଡି ଦେଇଥିଲେ i ଯୁବକ ଜଣଙ୍କ ଜୋରରେ ଚିଲେଇବା ବେଳେ ଯୁବତୀ ଦୌଡ଼ି ପଳାଇଥିଲେ ବାହାରକୁ ଏବଂ ନିକଟରେ ଥିବା ପୋଲିସ କୁ ଜଣାଇଥିଲେI ପୋଲିସ ତୁରନ୍ତ ଗାଡି ନମ୍ବର ଟ୍ରାକ କରି ହସ୍ପିଟାଲ ରେ ପହଞ୍ଚି ସେହି ଯୁବକ ଙ୍କୁ ଗିରଫ କରିଛି I

Leave a Reply

Your email address will not be published. Required fields are marked *