ଜିଲ୍ଲା ର ସବୁଠୁ ବଡ ଅଫିସର ଜିଲ୍ଲାପାଳ ସେ ପୁଣି ଧାନ ବିଲରେ ପଶି ଚାଷୀଙ୍କ ସହିତ ଧାନ ରୋଇଲେ କଣ ଆଜ୍ଞା ଆପଣ ଭାବୁଛନ୍ତି କି ଏହା କୌଣସି ସିନେମା ର ଦୃଶ୍ୟ ? ନା ଆପଣଙ୍କ ଭାବନା ସମ୍ପୂର୍ଣ୍ଣ ଭୁଲ ,ଏହା ହେଉଛି ଗଂଜାମ ଜିଲ୍ଲାର ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଙ୍କ କଥା I ଗତକାଲି ଜିଲ୍ଲାପାଳ ଗାଡ଼ିରେ ଫେରୁଥିବା ସମୟରେ ଦେଖିବାକୁ ପାଇଥିଲେ କି ଏକ ଗାଁ ରେ କିଛି ଚାଷୀ ବିଲରେ ଧାନ ଲଗାଉଥିଲେ I
ଜିଲ୍ଲାପାଳ ଗାଡି ରଖାଇ ସେମାନଙ୍କ ସହିତ ଆଲୋଚନା କରିଥିଲେ I ଚାଷ ସମ୍ପର୍କ ରେ ବୁଝିଥିଲେ ଏବଂ ନିଜେ ଧାନବିଲ ମଧ୍ୟକୁ ପଶି ବିଲରେ ଧାନ ରୋଇଥିଲେ I ତେବେ ସେଠାରେ ଥିବା ସହକର୍ମୀ ଏହି ସମୟର ଫୋଟୋ ଉଠାଇ ନେଇଥିଲେ ,ଏବେ ଏହା ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛ
ି ଏବଂ ସବୁ ମହଲରେ ଚର୍ଚାର ବିଷୟ ପାଲଟିଥିବା ବେଳେ ଜିଲ୍ଲାପାଳ ଙ୍କ ଏଭଳି କାର୍ଯ୍ୟକୁ ପ୍ରସଂଶା କରାଯାଇଛି I