କାଉଡିଆଙ୍କ ଗୋଡ ଘଷିଦେଲେ ମୁସଲମାନ ବିଧାୟକ: କହିଲେ ଜୟ ଶ୍ରୀରାମ

ଶ୍ରାବଣ ମାସ ର ବୋଲବମ ଆରମ୍ଭ ହେଇସାରିଥିବା ବେଳେ କାଉଡିଆ ମାନେ ଜଳାଭିଷେକ କରିବାକୁ ବାହାରି ସାରିଲେଣି I ଅଧିକାଂଶ ସ୍ଥାନରେ ବୋଲବମ ଭକ୍ତ ଙ୍କ ପାଇଁ ବିଭିର୍ଣ୍ଣ ସୁବିଧା ଯୋଗାଇ ଦେବାକୁ କିଛି ସ୍ଵେଛାସେବି ଅନୁଷ୍ଠାନ ପକ୍ଷରୁ ବ୍ୟବସ୍ତା କରାଯାଇଛି I ତେବେ ଦିଲ୍ଲୀରେ ଦେଖିବାକୁ ମିଳିଛି ଏକ ବିରଳ ଦୃଶ୍ୟ I ଗତକାଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ୱରିୱାଲ ଙ୍କ ସହିତ ସିଲମପୁରର ବିଧାୟକ ହାଜି ଇଶରାକ ଖାନ ବୋଲବମ ସେବା ଶିବିର ଗୁଡିକୁ ବୁଲିବାକୁ ଯାଇଥିଲେ I ଏହି ସମୟରେ ଥକ୍କି ଯାଇ ତଳେ ବସିଥିବା ଜଣେ କାଉଡିଆ ଭକ୍ତ ଙ୍କ ଗୋଡ ଘଷିଦେଇଥିଲେ ବିଧାୟକ I

ଏବଂ ଭକ୍ତ ଙ୍କ ସହିତ ମିଶି ଜୟାଶ୍ରୀରାମ ନାରା ଦେଇଥିଲେ I ଜଣେ ମୁସଲମାନ ହିସାବରେ ବିଧାୟକ ଙ୍କ ଠାରୁ ଏପରି ଶୁଣି ଅନ୍ୟମାନେ ଆଶ୍ଚର୍ଯ୍ୟ ହେଇଯାଇଥିଲେ ,ତେବେ ବିଧାୟକ କହିଥିଲେ କି ସବୁ ଧର୍ମ ସମାନ I ସବୁପରେ ବି ମୁଁ ଜଣେ ଭାରତୀୟ I

Leave a Reply

Your email address will not be published. Required fields are marked *