ଦେଶର ପ୍ରଥମ ମହିଳା ବିଧାୟିକାଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା ଗୁଗୁଲ। ଜାଣନ୍ତୁ ତାଙ୍କ ବିଷୟରେ କିଛି ?

ଭାରତର ପ୍ରଥମ ମହିଳାବିଧାୟିକା ମୁଥୁଲଷ୍ମୀ ରେଡ୍ଡୀଙ୍କ ଆଜି ହେଉଛି ୨୩୩ତମ ଜନ୍ମ ଦିବସ। ତେବେ ଗୁଗୁଲ ଡୁଡ଼ଲ ସାହାଯ୍ୟରେ ଦେଶର ପ୍ରଥମ ମହିଳା ବିଧାୟିକାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି

ଏବେ ଆସନ୍ତୁ ଜାଣିବା ଆମ ଦେଶର ପ୍ରଥମ ମହିଳା ବିଧାୟିକାଙ୍କ ବିଷୟରେ।
୧୮୮୬ ମସିହା ତାମିଲନାଡୁରେ ଜନ୍ମ ଗ୍ରହଣ କରିଥିବା ମୁଥୁଲଷ୍ମୀ ରେଡ୍ଡୀ ଥିଲେ ଜଣେ ଡାକ୍ତର। ସେ ଥିଲେ ଦେଶର ପ୍ରଥମ ମହିଳା ହାଉସ ସର୍ଜନ ଡାକ୍ତର। ନିଜର ଡାକ୍ତରି ପେଶା ସମୟରେ ପ୍ରଥମେ ଆନି ବେସାନ୍ତ ପରେ ମହାତ୍ମା ଗାନ୍ଧୀଙ୍କ ଦ୍ବାରା ଅନୁପ୍ରାଣିତ ହେଇ ସମାଜସେବା ଦିଗରେ ନିଜକୁ ନିୟୋଜିତ କରିଥିଲେ। ମହିଳା ସଶକ୍ତିକରଣ ଉପରେ ଅନେକ କାର୍ଯ୍ୟ କରିଥିଲେ। ନିଜର ନିଷ୍ଠାପରତା ସମାଜସେବା ଲାଗି ତାଙ୍କୁ ପଦ୍ମଭୂଷଣ ରେ ସମ୍ମାନିତ କରାଯାଇଛି।

Leave a Reply

Your email address will not be published. Required fields are marked *