ସମାନ କାମକୁ ସମାନ ଦରମା I କିନ୍ତୁ ସାଧାରଣତଃ ଏହା ପାଳନ କରାଯାଉନାହିଁ ଏହାକୁ ନେଇ ସୁପ୍ରିମ କୋର୍ଟ ରେ ଦ୍ୱାରସ୍ଥ ହେଇଥିଲେ ଉତ୍ତରପ୍ରଦେଶ ର ହୋମଗାର୍ଡ ମାନେ I ସେମାନେ ଅଭିଯୋଗ କରିଥିଲେ କି ପୋଲିସ କନଷ୍ଟେବଳ ଙ୍କ ଭଳି ସେମାନେ ସମାନ କାମ କରୁଥିଲେ ମଧ୍ୟ ତାଙ୍କୁ କନେଷ୍ଟେବଳ ଙ୍କ ଭଳି ସର୍ବନିମ୍ନ ଦରମା ମିଳୁନାହିଁ I ତେବେ ଆହ୍ଲାବାଦ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ହୋମଗାର୍ଡ ଙ୍କୁ କନେଷ୍ଟେବଳ ଙ୍କ ଭଳି ସମାନ ଦରମା ଦେବାକୁ ରାୟ ଦେଇଥିଲେ କିନ୍ତୁ ୟୁପି ସରକାର ଏହାକୁ ବିରୋଧ କରି ସୁପ୍ରିମକୋର୍ଟ ର ଦ୍ୱାରସ୍ଥ ହେଇଥିଲେ I