ଆଜି ଚିତାଲାଗି ଅମାବାସ୍ୟା: କାହିଁକି ପାଳନ ହୁଏ ଏହି ଦିନ?

ପ୍ରଥା ଓ ପରମ୍ପରା ଅନୁସାରେ ଶ୍ରାବଣ ମାସ ର ଅମାବାସ୍ୟା ତିଥି ରେ ଓଡ଼ିଶାରେ ଚିତା ଲାଗି ଅମାବାସ୍ୟା ପାଳନ କରାଯାଏ। ଏହି ଦିନ ରେ ଶ୍ରୀମନ୍ଦିର ରେ ନିତିଦିନିଆ ପୂଜା ଏବଂ ଧୂପ ଶେଷ ହେବା ପରେ ଦଇତାପତି ମାନଙ୍କ ଦ୍ଵାରା ତିନି ଠାକୁର ଙ୍କ ଲଲାଟ ରେ ଚିତ ଲାଗି କରାଯାଏ।

ଏହା ସହ ଏହି ଦିନ ଗେଣ୍ଡା ଓ ଅନ୍ୟାନ୍ୟ ଜଳଚର ପ୍ରାଣୀ ଙ୍କ ଉଦ୍ଦେଶ୍ୟ ରେ ଚିତଉ ପିଠା ଅର୍ପଣ କରାଯାଏ। ଏହି ପ୍ରଥା ଟି ଶବର ପରମ୍ପରା ରୁ ଆସିଅଛି। ବିଭିନ୍ନ ଅଞ୍ଚଳରେ ଏହି ପ୍ରଥା ର ନାମକରଣ ଭିନ୍ନ ଭିନ୍ନ ହୋଇଅଛି। ବାଲେଶ୍ଵର, ମୟୂରଭଞ୍ଜ ଓ କେଉଁଝର ଅଞ୍ଚଳ ରେ ଏହି ଅମାବାସ୍ୟା କୁ ଗେଣ୍ଡକଟା ଅମାବାସ୍ୟା ବୋଲି କୁହାଯାଏ। ଏହି ଦିନ ଜଳଚର ପ୍ରାଣୀ ମାନଙ୍କୁ ଚିତଉ ପିଠା ଖାଇବାକୁ ଦିଆଯାଇ ସେମାନଙ୍କୁ ସନ୍ତୁଷ୍ଟ କରାଯାଏ। ସାଧାରଣତଃ ଶ୍ରାବଣ ମାସ ରେ ଗେଣ୍ଡା ଫସଲ କାଟି ଅନେକ କ୍ଷତି କରିଥାନ୍ତି। ସେଥି ପାଇଁ ସେମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏହି ଚିତଉ ଅମାବାସ୍ୟା ରେ ସେମାନଙ୍କୁ ଖାଇବାକୁ ଦେଲେ ସେମାନେ କେଉଁଠାକୁ ଚାଲିଯାଇଥାଆନ୍ତି ବୋଲି ବିଶ୍ୱାସ ରହିଛି।

Leave a Reply

Your email address will not be published. Required fields are marked *