ବାପା ସମ୍ପତି ଦାନ କରିବା ଘଟଣାରେ ନାଟକୀୟ ମୋଡ ,ପୁଅ ନୁହେଁ ବାପା ଦେଇଛନ୍ତି ଅନେକ ନିର୍ଯାତନା !

ଗତକାଲି ଯାଜପୁର ଦଶରଥପୁର ମୁରାରୀପୁର ଗାଁ ରୁ ଏକ ଖବର ଆସିଥିଲା ଯେ ଜଣେବୃଦ୍ଧ ବାପା ଙ୍କୁ
ପୁଅ ବୋହୁ ନପଚାରିବାରୁ ଏବଂ ନିର୍ଯାତନା ଦେବାରୁ ଶେଷରେ ବାଧ୍ୟ ହେଇ ବାପା ନିଜର ସମ୍ପତି ରାଷ୍ଟ୍ର କୁ ଦାନ କରିଦେଇଛନ୍ତି I ଏପରିକି ନିଜ ଶରୀର କୁ ମଧ୍ୟ I ତେବେ ଏହି ଘଟଣା ଟି ସୋସିଆଲ ମିଡିଆରେ ଭାଇରଲ ହେବାପରେ ସାମ୍ନା କୁ ସାଙ୍ଘାତିକ ଅଭିଜୋଗ I

ଏନେଇ ଓଡିଶା Exclusive ତରଫରୁ ତାଙ୍କ ପୁଅ ସୂର୍ଯ୍ୟମଣି ମିଶ୍ର ଙ୍କ ସହିତ ଯୋଗାଯୋଗ କରିବାରେ ,ଜଣାପଡିଥିଲା କି ପୁଅ ମଧ୍ୟ ଜଣେ ବରିଷ୍ଠ ନାଗରିକ I ସମାଜରେ ତାଙ୍କର ଭଲ ନା ମଧ୍ୟ ରହିଛି I ତେବେ ଆମ ପ୍ରତିନିଧି ଙ୍କ ଫୋନ ଶୁଣି କାନ୍ଦି ପକାଇଥିଲେ ସୂର୍ଯ୍ୟମଣି ଲାଗୁଥିଲା ସତେଯେପରି ଭାଙ୍ଗିପଡିଛନ୍ତି ସେ

ଏବଂ କହିଥିଲେ କି ଘଟଣାର ତଦନ୍ତ ହେଉ ପ୍ରକୃତ ସତ୍ୟାସତ୍ୟ ଜଣାପଡିବ I ବିନା ପ୍ରମାଣ ରେ ତାଙ୍କୁ ବଦନାମ କରାଯାଉଛି I ଖାଲି ଜନ୍ମ ଦେଇଦେଲେ ଯେ ବାପା ହେଇଯାନ୍ତି ନାହିଁ ,ତାଙ୍କ ବାପା ଦୀର୍ଘ ବର୍ଷ ଧରି ତାଙ୍କୁ ଏବଂ ତାଙ୍କ ମା ଙ୍କୁ ଛାଡି ଅନ୍ୟ ଜଣେ ମହିଳା ଙ୍କ ସହିତ ରହୁଛନ୍ତି I

କେବଳ ନିର୍ଯାତନା ଦେଇଛନ୍ତି ,ପିଲାଦିନେ ଗଣ୍ଡେ ଖାଇବାକୁ କି ପିନ୍ଧିବାକୁ ଦେଇନଥିବା ବେଳେ ଆଜିର ଏହି ପରିଣତ ବୟସ ରେ ଏପରି ବଦନାମ କରିବାର ମାନେ କଣ ? ଏହା ସହିତ ଜିଲ୍ଲାପାଳ ଙ୍କୁ ଅନୁରୋଧ କରିଛନ୍ତି କି ଦୟାକରି ଉଚିତ ତଦନ୍ତ କରନ୍ତୁ ନଚେତ ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେବେ I

Leave a Reply

Your email address will not be published. Required fields are marked *