୨୨% ବଢ଼ିଲା ବିଜେପିର ସମ୍ପତ୍ତି, ପଛରେ ପଡିଗଲା କଂଗ୍ରେସ। ଏଡ଼ିଆରର ରିପୋର୍ଟ

ପାଣ୍ଠି ସଂଗ୍ରହରେ ପଛରେ ପଡିଲା କଂଗ୍ରେସ। ଦେଶର ବିଭିନ୍ନ ରାଜନୈତିକ ଦଳ ପାଖରେ କେତେ ପାଣ୍ଠି ରହିଛି ତାକୁ ନେଇ ଆସିଛି ଏଡ଼ିଆର ରିପୋର୍ଟ। ବର୍ଷ ୨୦୧୭-୨୦୧୮ ମଧ୍ୟରେ ଜାତୀୟ ରାଜନୈତିକ ଦଳମାନଙ୍କର ପାଣ୍ଠିରେ ମୋଟ ୪୯୩.୮୧କୋଟି ଟଙ୍କାର ବୃଦ୍ଧି ଘଟିଛି । ଏକ ବର୍ଷ ମଧ୍ୟରେ ଦେଶର ସବୁଠାରୁ ପୁରୁଣା ଦଳ କଂଗ୍ରେସର ପାଣ୍ଠି ୧୫ ପ୍ରତିଶତ ତଲକୁ ଚାଲି ଯାଇଛି।

ଆଉ ଶାସନ ଗାଦିରେ ବସିଥିବା ଭାରତୀୟ ଜନତା ପାର୍ଟିର ପାଣ୍ଠି ୨୨ପ୍ରତିଶତ ଉପରକୁ ଉଠିଛି। ତେବେ ଦେଶର ସମସ୍ତ ଜାତୀୟ ରାଜନୈତିକ ଦଳ ନିଜ ନିଜର ପାଣ୍ଠି ପରିମାଣ ନିର୍ବାଚନ କମିଶନଙ୍କୁ ଦେଇଛନ୍ତି। ରିପୋର୍ଟ ଅନୁସାରେ ବର୍ଷ ୨୦୧୬-୧୭ ରେ କଂଗ୍ରେସର ପାଣ୍ଠି ୮୫୪.୭୫କୋଟି ଥିଲା ବର୍ତ୍ତମାନ ତାହା କମିଯାଇ ୭୨୪.୩୫ କୋଟିରେ ପହଞ୍ଚିଛି। ସେପଟେ ବିଜେପିର ପାଣ୍ଠି ଦ୍ରୁତ ଗତିରେ ବଢ଼ି ୧୪୮୩.୩୫କୋଟି ଆସି ପହଞ୍ଚିଛି ପୂର୍ବରୁ ୨୦୧୬-୧୭ରେ ତାହା ୧୨୧୩.୧୩କୋଟି ଥିଲା।

Leave a Reply

Your email address will not be published. Required fields are marked *