ହାଇକୋର୍ଟର ବିଚାରପତି ଙ୍କ ବିରୁଦ୍ଧରେ ସିବିଆଇ କୁ ତଦନ୍ତ ନିର୍ଦେଶ ଦେଲେ ସୁପ୍ରିମକୋର୍ଟ ବିଚାରପତି

ଇତିହାସ ରେ ଘଟିବାକୁ ଯାଉଛି ଏକ ବିରଳ ତଥା ପ୍ରଥମ ଘଟଣା I ହାଇକୋର୍ଟ ବିଚାରପତି ଙ୍କ ବିରୁଦ୍ଧରେ ସିବିଆଇ ମାମଲା ରୁଜୁ କରି ତଦନ୍ତ କରିବ I ସିବିଆଇ କୁ ସୁପ୍ରିମକୋର୍ଟ ର ପ୍ରଧାନ ବିଚାରପତି ରଞ୍ଜନ ଗୋଗାଇ ମଧ୍ୟ ଅନୁମତି ଦେଇଛନ୍ତି I ସୂଚନା ଅନୁଯାଇ ଆହ୍ଲାବାଦ ହାଇକୋର୍ଟର ବିଚାରପତି ଏସ୍ଏନ୍ ଶୁକ୍ଲାଙ୍କ ବିରୋଧରେ ସାଙ୍ଘାତିକ ଦୁର୍ନୀତି ଅଭିଯୋଗ ଆସିଥିଲା Iନିଜ ପଦବୀ ର ଦୁରୁପଯୋଗ କରି ୟୁପିର ଏକ ଘରୋଇ ମେଡିକାଲ କଲେଜରେ ଏମବିବିଏସ ପରୀକ୍ଷା ପାଇଁ ସମୟ ସୀମା ବଢାଇଥିଲେ ବୋଲି ଅଭିଯୋଗ ଆସିଥିଲା I

ତେଣୁ ହାଇକୋର୍ଟ ବିଚାରପତି ଙ୍କ ବିରୁଧରେ ଆସିଥିବା ଅଭିଯୋଗ କୁ ଗୁରୁତର ସହିତ ନେଇ ସତ୍ୟାସତ୍ୟ ପଦାକୁ ଆଣିବାକୁ ସିବିଆଇ କୁ ତଦନ୍ତ ଭାର ଦେଇଛନ୍ତି ସୁପ୍ରିମକୋର୍ଟ ର ପ୍ରଧାନ ବିଚାରପତି ରଞ୍ଜନ ଗୋଗାଇ I ଏନେଇ ତଦନ୍ତ ଜାରି ରହିଥିବା ବେଳେ ପ୍ରାଥମିକ ପର୍ଯ୍ୟାୟ ରୁ ଜଣାପଡିଛି କି ହାଇକୋର୍ଟ ବିଚାରପତି ଏହି ଦୁର୍ନୀତି ରେ ଲିପ୍ତ ଅଛନ୍ତି I

Leave a Reply

Your email address will not be published. Required fields are marked *