ଡୁପ୍ଲିକେଟ ମାର୍କଶିଟ୍‌ରେ ୩୮ ବର୍ଷ ଚାକିରି କରି ଅବସର ନେବା ଦିନ ଧରାପଡ଼ିଲେ ପ୍ରଶାସନିକ ଅଧିକାରୀ

ନକଲି ସାର୍ଟିଫିକେଟ ଦେଇ ଚାକିରୀ କରିବା ର ଅନେକ ଉଦାହରଣ ଦେଖିବାକୁ ମିଳେ I ପରେ ମଧ୍ୟ ଆଇନର ଜାଲରେ ଧରାପଡ଼ି ଚାକିରୀ ରୁ ବରଖାସ୍ତ ହେବା ସହିତ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଏ I ତେବେ ଜଣେ ନକଲି ସାର୍ଟିଫିକେଟ ରେ ଦୀର୍ଘ 38ବର୍ଷ ଚାକିରୀ କରିବା ପରେ ମଧ୍ୟ ଜଣାନ ପଡିବା ଘଟଣା ଏବେ ଚର୍ଚ୍ଚା ଧରିଛି I ଘଟଣାଟି ରାଜସ୍ଥାନର କୋଟାର। ମିଳିଥିବା ଖବର ଅନୁଯାଇ କୋଟାର ଖଣି ବିଭାଗରେ ସହାୟକ ପ୍ରଶାସନିକ ଅଧିକାରୀ ଭାବେ କାମ କରୁଥିଲେ ଲେଖରାଜ ମୀନା I କାମ କରିବାର ଦୀର୍ଘ ୩୮ ବର୍ଷ ପରେ ଅବସର ନେଇଥିଲେ I ତେବେ ଅବସର ଦିନ ବିଦାୟ କାଳୀନ ସଭାରେ ଖୋଲିଥିଲା ଅସଲ ଗୁମର I

ଧରାପଡିଥିଲା ସହକାରୀ ଅଧିକାରୀ ଙ୍କ କଳା କାରନାମାର କଳା ଫର୍ଦ୍ଧ I ନକଲି ସାର୍ଟିଫିକେଟ ରେ ଚାକିରି କରିଥିଲେ ସେହି ବାବୁ ଜଣଙ୍କ ,ଦୀର୍ଘ 38ବର୍ଷ ବିତିଯାଇଥିଲେ ମଧ୍ୟ କୌଣସି କର୍ମଚାରୀ କି ଅଫିସର ଏ ବାବଦରେ ଜାଣିପାରିନଥିଲେ I ତେବେ ତାଙ୍କ ବିରୁଧରେ କେହିଜଣେ ଖଣିମନ୍ତ୍ରୀ ଙ୍କୁ ଏକ ଲିଖିତ ଅଭିଯୋଗ କରିଥିଲେ , ଅଭିଯୋଗ ପାଇବା ପରେ ଖଣିମନ୍ତ୍ରୀ ଘଟଣାର ତଦନ୍ତ ପାଇଁ ନିର୍ଦେଶ ଦେବାପରେ ଅସଲ ତଥ୍ୟ ପଦାକୁ ଆସିଥିଲା I ଲେଖରାଜ ମୀନା ନକଲି ସାର୍ଟିଫିକେଟ ଦେଇ ଚାକିରୀ କରିବାର ଘଟଣା ର ପର୍ଦାଫାଶ ହେଇଥିଲା କିନ୍ତୁ ସଂଯୋଗ ବଶତଃ ସେହିଦିନ ସେ ଚାକିରୀ ରୁ ଅବସର ନେଉଥିଲେ ,ତାଙ୍କ ନାମରେ ଥାନାରେ ଏତଲା ଦିଆଯାଇଛି I

Leave a Reply

Your email address will not be published. Required fields are marked *