ନିର୍ଭୀକ ସାମ୍ବାଦିକତା ପାଇଁ ରବିଶ କୁମାରଙ୍କୁ ମିଳିବ’ରେମନ ମ୍ୟାଗସେସେ’ ଆୱାର୍ଡ

ଦେଶର ଜଣାଶୁଣା ସାମ୍ବାଦିକ ରବିଶ କୁମାରଙ୍କୁ ମିଳିବ ଏସିଆର ନୋବେଲ ପୁରସ୍କାର କୁହାଯାଉଥିବା ‘ରେମନ ମ୍ୟାଗସେସେ’ ଆୱାର୍ଡ।
ସରକାରୀ ସେବା,ଲୋକ ସେବା, ଭାଷା, ସାମ୍ବାଦିକତା କ୍ଷେତ୍ରରେ ଉତ୍ତମ ଅବଦାନଦେଇଥିବା ଥିବା ବ୍ୟକ୍ତିଙ୍କୁ ଏହି ସମ୍ମାନ ମିଳିଥାଏ। ନିଜର ନିର୍ଭୀକ ସାମ୍ବାଦିକତା ପାଇଁ ରବିଶ କୁମାରଙ୍କୁ ଏହି ସମ୍ମାନ ମିଳିବାକୁଯାଉଛି ଏନେଇ ପୁରସ୍କାର ସଂସ୍ଥା ପକ୍ଷରୁ ଟୁଇଟି କରାଯାଇଛି।

ଏନଡିଟିଭିର ମ୍ୟାନେଜିଙ୍ଗ ଏଡିଟର ହେଉଛନ୍ତି ରବିଶ କୁମାର। ବିହାରର ଏକ ଗରିବ ପରିବାରରୁ ଆସିଥିବା ରବିଶ ଭାରତୀୟ ଗଣମାଧ୍ୟମରେ ଜଣେ ଲୋକପ୍ରିୟ ସାମ୍ବାଦିକ। ପୂର୍ବରୁ କିରଣ ବେଦି, ଅରବିନ୍ଦ କେଜିରୱଲ, ସୋନମ ୱାଙ୍ଗଚୁକଙ୍କୁ ଏହି ଆୱାର୍ଡ ମିଳିଛି।

Leave a Reply

Your email address will not be published. Required fields are marked *