ଐତିହାସିକ ନିଷ୍ପତି :ଜାମ୍ମୁ କାଶ୍ମୀରରୁ ଉଚ୍ଛେଦ ହେଲା ଧାରା ୩୭୦, ଜାମୁ କାଶ୍ମୀର ରେ ନେତା ଗୃହବନ୍ଦୀ ,ଇଣ୍ଟରନେଟ ସେବା ବନ୍ଦ

ଶେଷରେ ଜାମ୍ମୁ କାଶ୍ମୀରରୁ ଉଛେଦ ହେଲା ବହୁ ଚର୍ଚିତ ଧାରା ୩୭୦ I ଉଚ୍ଛେଦ ହେବା ନେଇ ସକାଳ 9ଟାରେ ସୂଚନା ମିଳିଥିବା ବେଳେ ପ୍ରଧାନମନ୍ତ୍ରୀ ଙ୍କ ବାସଭବନ ରେ ଏକ ବୈଠକ ବସିଥିଲା ,ଏବଂ ଏହି ପ୍ରସ୍ତାବ କୁ ଅନୁମୋଦନ ପରେ ରାଷ୍ଟ୍ରପତି ମୋହର ଦେଇଛନ୍ତି I ଏହାକୁ ଏବେ ସାରା ବିଶ୍ୱରେ ହଇଚଇ ସୃଷ୍ଟି ହେଇଥିବା ବେଳେ କାଶ୍ମୀର ସ୍ଥିତି ସଙ୍ଗୀନ ରହିଛି I ଅପ୍ରୀତିକର ତଥା ଆନ୍ଦୋଳନ ପରିସ୍ଥିତି ର ସମ୍ଭାବନା କୁ ଏଡ଼ାଇବାକୁ କାଶିମିର ଘାଟିରେ ୪୦,୦୦୦ ଅତିରିକ୍ତ ସୈନ୍ୟ ମୁତୟନ କରାଯାଇଛି I

ସେପଟେ ଜମ୍ମୁ-କାଶ୍ମୀରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି, ଓମାର ଅବଦୁଲ୍ଲା ଏବଂ ବରିଷ୍ଠ ନେତା ସଜଦ ଲୋନ ଗୃହବନ୍ଦୀ ଅବସ୍ଥାରେ ରହିଥିବା ବେଳେ ମୋବାଇଲ ଏବଂ ଇଂଟରନେଟ ସେବା ବନ୍ଦ ରହିଛି I ସମସ୍ତ ବିଦ୍ୟାଳୟ ଗୁଡିକୁ ମଧ୍ୟ ବନ୍ଦ ରଖିବାକୁ କୁହାଯାଇଛି I

Leave a Reply

Your email address will not be published. Required fields are marked *