ଓସାମା ବିନ୍ ଲାଡେ଼ନଙ୍କ ପୁଅ ହାମଜା ମୃତ

ଓସାମା ବିନ୍ ଲାଡେ଼ନଙ୍କ ପୁଅ ହାମଜା ବିନ ଲାଡେନ୍ ମୃତ ବୋଲି ଯୁକ୍ତରାଷ୍ଟ୍ର ଆମେରିକା ବିଶ୍ୱାସ କରୁଥିବା କଥା ବୁଧବାର ଦିନ ସେଠାକାର ସରକାରୀ ଅଧିକାରୀମାନେ କହିଛନ୍ତି।ତାଙ୍କ କହିବା କଥା ଗୁଇନ୍ଦା ସୂଚନା ଅନୁସାରେ ଅଲ୍ କାଏଦା ନେତା ଓସାମା ବିନ ଲାଡେନ୍ ଙ୍କ ପୁଅ ମରିଯାଇଛି।ଏବଂ ତାଙ୍କୁ ଧରାଇ ପାରିଲେ ଏକ ମିଲିଆନ୍ ଡଲାର ପୁରସ୍କାର ମିଳିବ ବୋଲି ଫେବୃଆରୀ ମାସରେ ଆମେରିକା ଘୋଷଣା କରିଥିଲା।ତାଙ୍କ ମୃତ୍ୟୁ କଥା ଆମେରିକା ନିଶ୍ଚିତ କରିଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।କେବେ ଏବଂ କେଉଁଠି ତାଙ୍କର ମୃତ୍ୟୁ ହୋଇଛି ଏବଂ ଏହି ଘଟଣାରେ ଆମେରିକାର ହାତ ଅଛି କି ନାହିଁ ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ।

ସୂଚନା ମୁତାବକ ୨୦୧୮ ମସିହାରେ ଏଲ୍ କଏଦା ଗଣ ମାଧ୍ୟମ ଶାଖା ରିଲିଜ୍ କରିଥିବା ତାଙ୍କର ଏକ ସାର୍ବଜନୀନ ବିବୃତିରେ ସେ ସାଉଦି ଆରବ କୁ ଧମକ ଦେଇଥିଲେ।ଏବଂ ଆରବୀୟ ଉପ ମହାଦୀପ ରେ ବିଦ୍ରୋହ କରିବାକୁ ଲୋକମାନଙ୍କୁ ଡାକରା ଦେଇଥିଲେ।ଏବଂ ଆନ୍ତ୍ରଜାତିକ ସଂଗଠନ ଅନୁସାରେ ହମଜା ବିନ ଲାଡେନ୍ ଙ୍କୁ ଅଲ୍ କାଏଦା ଗ୍ରୁପ୍ ରେ ପ୍ରମୁଖ ଭୂମିକା ଦିଆଯାଇଥିଲା।

Leave a Reply

Your email address will not be published. Required fields are marked *