ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରରୁ ଲଦାଖ ଅଲଗା: ଉଭୟ ହେଲେ କେନ୍ଦ୍ର ଶାସିତ ଅଞ୍ଚଳ

ଶେଷରେ ଜାମ୍ମୁ କାଶ୍ମୀରରୁ ବହୁ ଚର୍ଚିତ ଧାରା ୩୭୦ ଉଚ୍ଛେଦ କରାଯାଇଛି I ଉଚ୍ଛେଦ ପ୍ରସ୍ତାବ କୁ ରାଷ୍ଟ୍ରପତି ଅନୁମୋଦନ କରିସାରିଛନ୍ତି I ଏପଟେ କାଶ୍ମୀର ସ୍ଥିତି ସଙ୍ଗୀନ ରହିଥିବା ବେଳେ ଘାଟିରେ ୪୦,୦୦୦ ଅତିରିକ୍ତ ସୈନ୍ୟ ମୁତୟନ କରାଯାଇଛି I ଏହାସହିତ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି, ଓମାର ଅବଦୁଲ୍ଲା ଏବଂ ବରିଷ୍ଠ ନେତା ସଜଦ ଲୋନ ଗୃହବନ୍ଦୀ ଅବସ୍ଥାରେ ମଧ୍ୟ ରହିଛନ୍ତି I ମୋବାଇଲ ଏବଂ ଇଂଟରନେଟ ସେବା ମଧ୍ୟ ବନ୍ଦ କରାଯାଇଛି I

ତେବେ ଧାରା ୩୭୦ ଉଚ୍ଛେଦ ହେବା ଦ୍ୱାରା ଲଦାଖକୁ ଜମ୍ମୁ-କଶ୍ମୀରରୁ ଅଲଗା କରି ଦିଆଯାଇଛି। ଯାହାଫଳରେ ଏବେ ଲଦାଖ ବିନା ବିଧାନସଭାରେ କାର୍ଯ୍ୟ କରିବ। ଏହାସହିତ ଜମ୍ମୁ-କଶ୍ମୀର ରାଜ୍ୟର ମାନ୍ୟତା ହରାଇଛି I ଉଭୟ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ କାର୍ଯ୍ୟ କରିବେ।

Leave a Reply

Your email address will not be published. Required fields are marked *