ଧାରା ୩୭୦ର ଉଚ୍ଛେଦ ପରେ କାଶ୍ମୀର ବାସୀଙ୍କୁ ସାହାଯ୍ୟ କରିବାକୁ ପାକ୍‌ ଯେ କୌଣସି ବି ସ୍ତରକୁ ଯିବ: ପାକ୍‌ ସେନାମୁଖ୍ୟ ବାଜଓ୍ଵା

ଗତକାଲି ଧାରା ୩୭୦ ରେ ଉଠିଥିବା ଘଟଣାକୁ ପାକିସ୍ଥାନ ସରକାର ବରଦାସ୍ତ କରିପାରୁନାହିଁ।ଏପରି କରି ଜାମ୍ମୁ କାଶ୍ମୀର ବାସୀଙ୍କୁ ପ୍ରତାରିତ କରିବା ଅଭିଯୋଗ କରିବା ସହ କାଶ୍ମୀର ବାସୀଙ୍କ ପଛରେ ପାକିସ୍ଥାନୀ ସେନା ରହିଛି ବୋଲି ଆଜି କହିଛନ୍ତି ପାକିସ୍ଥାନୀ ସେନା ମୁଖ୍ୟ ଜେନେରାଲ କମର୍ ଜାଭେଦ୍ ବାଜୱା।ଏବଂ ଆବଶ୍ୟକ ସ୍ଥଳେ ପାକିସ୍ଥାନ କାଶ୍ମୀର ବାସୀଙ୍କୁ ଆବଶ୍ୟକ ସମସ୍ତ ସହଯୋଗ ଯୋଗାଇ ଦେବା ପାଇଁ ଘୋଷଣା କରିଛନ୍ତି ପ୍ୟାକ ସେନା ମୁଖ୍ୟ।

ଏବଂ ପରୋକ୍ଷରେ ସେ ଭାରତକୁ ଚେତାବନୀ ଦେଇ କହିଛନ୍ତି କି କାଶ୍ମୀର ବାସୀଙ୍କୁ ସାହାଯ୍ୟ ସହଯୋଗ ଯୋଗାଇ ଦେବା ପାଇଁ ପ୍ୟାକ୍ ସେନା ଯେ କୌଣସି ସ୍ଥରକୁ ଯିବା ପାଇଁ ମଧ୍ୟ ପ୍ରସ୍ତୁତ ଅଛନ୍ତି।
ଜାମ୍ମୁ କାଶ୍ମୀର ରୁ ଧାରା ୩୭୦ ଉଠିବା ପରେ ଆଜି ରାୱଲପିଣ୍ଡି ସ୍ଥିତ ପାକିସ୍ଥାନ ସେନା ମୁଖ୍ୟାଳୟରେ ସ୍ଥିତିର ସମୀକ୍ଷା ପାଇଁ ପ୍ୟାକ ନେତା କମାଣ୍ଡର ମାନଙ୍କୁ ନେଇ ଆୟୋଜିତ ଏକ ସ୍ବତନ୍ତ୍ର ବୈଠକରେ ଅଧ୍ୟକ୍ଷତା କରି ପାକିସ୍ଥାନର ସେନା ମୁଖ୍ୟ ଏପରି କହିଛନ୍ତି।

Leave a Reply

Your email address will not be published. Required fields are marked *