ସବ୍ୟସାଚୀ ମିଶ୍ରଙ୍କୁ ଜୀବନରୁ ମାରିଦେବାକୁ ପାକିସ୍ତାନରୁ ଆସିଲା ହତ୍ୟା ଧମକ,ଡିସିପି ଙ୍କୁ ଭେଟିଲେ

ଉଚ୍ଛେଦ ହେଇଚି ଧାରା 370 I ଭାରତରେ ଖେଳିଯାଇଛି ଖୁସିର ଲହରୀ I ଏହି ଖୁସିକୁ ଜାହିର କରିବାକୁ ସମସ୍ତେ ମିଠା ବାଣ୍ଟିବାରେ ଲାଗିପଡିଛନ୍ତି I ଏପରିକି ଅଧିକାଂଶ ସେଲିବ୍ରିଟି ନିଜ ସୋସିଆଲ ମିଡିଆ ଆକାଉଣ୍ଟସ ରେ ଖୋଲାଖୋଲି ଖୁସି ବ୍ୟକ୍ତ କରିଛନ୍ତି I ସେହିପରି ଓଡ଼ିଆ ହିରୋ ସବ୍ୟସାଚୀ ମିଶ୍ର ନିଜ ଖୁସି ଜାହିର କରିବାକୁ ଯାଇ ହଟହଟା ହେଇଛନ୍ତି I କାଶ୍ମୀର ଭାରତର ଅଂଶ ଏବଂ ଭାରତ ପାଖକୁ ଫେରିଆସିଛି ଏପରି କିଛି ଲେଖି ଟ୍ୱିଟର ରେ ନିଜ ଖୁସି ଜାହିର କରିଥିଲେ ସବ୍ୟସାଚୀ I

ତେବେ ଏହାକୁ ଗ୍ରହଣ କରିପାରିନଥିଲେ ପାକିସ୍ତାନ ର କିଛି ଟ୍ୱିଟର ବ୍ୟବହାରକାରୀ ,ସବ୍ୟସାଚୀ ଙ୍କ ଆକାଉଣ୍ଟସ ହ୍ୟାକ୍ କରିଦେବେ ବୋଲି ଖୋଲାଖୋଲି କହିଥିଲେ ଏପରିକି ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ ହେଇଚି Iଏହାପରେ ସବ୍ୟସାଚୀ ଏନେଇ ଭୁବନେଶ୍ବର ଡିସିପି ଅନୁପ ସାହୁଙ୍କୁ ସାକ୍ଷାତ କରି ଘଟଣା ସମ୍ପର୍କ ରେ ଅବଗତ କରିବାପରେ ଡିସିପି ତାଙ୍କୁ ସାଇବର ବିଭାଗରେ ଅଭିଯୋଗ କରିବାକୁ ପରାମର୍ଶ ଦେଇଥିବା ଜଣାପଡିଛି I

Leave a Reply

Your email address will not be published. Required fields are marked *