ହଟିଲା 370 ଧାରା ଏଥରକ ଆପଣ ବି କିଣିପାରିବେ ଭୂସ୍ବର୍ଗ କାଶ୍ମୀର ରେ ଜାଗା

ହଟିଲା ଧାରା 370, ଦୀର୍ଘ ୭୦ ବର୍ଷ ଧରି ଜମ୍ମୁ କାଶ୍ମୀରରେ ଲାଗି ରହିଥିଲା ଧାରା 370, ଏହି ଧାରା ଅନୁସାରେ କାଶ୍ମୀର ବାସୀଙ୍କ ଛଡା ଆଉ ଅନ୍ୟ କେହି ସେଠିକାର ସ୍ଥାଇ ବାସିନ୍ଦା ହେଇପାରିବେ ନାହିଁ। ସମଗ୍ର ଭାରତରେ ତ୍ରିରଙ୍ଗା ଉଡୁଥିବା ବେଳେ ସେଠାରେ ତ୍ରିରଙ୍ଗା ଉଡ଼ିପାରୁନଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଧାରା 370ଦ୍ୱାରା ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଉଥିଲା। ତେବେ ମୋଦି ସରକାରଙ୍କ ଐତିହାସିକ ନିଷ୍ପତ୍ତି ପରେ ଧାରା 370 ର ମୃତ୍ୟୁ ଘଟିଛି। ଫଳରେ ସମଗ୍ର ଭାରତରେ ଖୁସିର ଲହରୀ। ଅନେକ ଏବେ କାଶ୍ମୀରରେ ଘର କିଣିବାକୁ ଓ ବୁଲାବୁଲି କରିବାକୁ ବାହାରିଲେଣି ଏମିତି କିଛି ଖବର ଏବେ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳୁଛି। କୁହାଯାଏ ଭାରତର ଭୂସୋର୍ଗ ହେଉଛି କାଶ୍ମୀର। ପର୍ଯ୍ୟଟନ କ୍ଷେତ୍ରରେ ଅନ୍ୟ ରାଜ୍ୟ ତୁଳନାରେ କାଶ୍ମୀର ଆଗରେ ରହିଥାଏ। କିନ୍ତୁ ଅଧିକାଂଶ ସମୟରେ ଆତଂବାଦୀ ଆକ୍ରମଣ, ବିଛିନ୍ନତାବାଦୀଙ୍କ କାର୍ଯ୍ୟକଳାପ ସ୍ଥାନୀୟ ପରିବେଶକୁ ଆତଙ୍କିତ କରି ରଖୁଥିଲା। ଫଳସ୍ୱରୂପ ଭାରତର ଭୂସ୍ବର୍ଗକୁ ଯିବାକୁ ଅନେକ ପର୍ଯ୍ୟଟକ ଭୟକରନ୍ତି ଯାହାଫଳରେ ପର୍ଯ୍ୟଟନର ଯେତିକି ବିକାଶ ହେବାକଥା ତାହା ହେଇପାରୁନଥିଲା। ପର୍ଯ୍ୟଟନ କ୍ଷେତ୍ରରୁ ସରକାରଙ୍କୁ ରାଜସ୍ୱ ମିଳିବା ପରିବର୍ତ୍ତେ ଓଲଟା ଧାରା 370ରେ ସରକାରଙ୍କୁ କୋଟି କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିଲା। ଆଉ ଏବେ ଐତିହାସିକ ନିଷ୍ପତ୍ତି ପରେ ଆତଂବାଦୀ କାର୍ଯ୍ୟକଳାପ ବନ୍ଦ ହେବା ସହ ପର୍ଯ୍ୟଟନ କ୍ଷେତ୍ରରେ ସୁଧାର ଆସିପାରେ

Leave a Reply

Your email address will not be published. Required fields are marked *