ଏକତରଫା ଖବର ପ୍ରସାରଣ ଘଟଣାରେ ଗଣମାଧ୍ୟମ କୁ ଓକିଲ ନୋଟିସ୍

OdishaExclusive Beuro:ଗଣମାଧ୍ୟମ ର କର୍ତବ୍ୟ ହେଉଛି କୌଣସି ଘଟଣାର ସଠିକ ଖବର ଯାଞ୍ଚ କରି ସତ୍ୟାସତ୍ୟ ପରିବେଷଣ କରିବା ସହିତ ନିର୍ଯାତିତ ଙ୍କୁ ନ୍ୟାୟ ଦେବା Iକିନ୍ତୁ ନିକଟ ଅତୀତ ରେ ଯେଉଁଭଳି ଭାବରେ ଏକ ଘଟଣା ଘଟିଗଲା ଯାହାକି ଆଜି ପର୍ଯ୍ୟନ୍ତ ରହସ୍ୟ ଘେରରେ ରହିଆସିଛି ସେହି ଘଟଣାକୁ କିଛି ଗଣମାଧ୍ୟମ ଅତି ରଂଜିତ କରି କେବଳ ଗୋଟିଏ ପକ୍ଷ ର ଖବର ପ୍ରସାରଣ କରି ଅନ୍ୟ ପକ୍ଷ କୁ ବଦନାମ କରିବା ସହିତ ମାନହାନି କରାଯାଇଥିବା ଅଭିଯୋଗ ହେଇଥିଲା I

ସୂଚନା ଅନୁଯାଇ ଯାଜପୁର ମୁରାରୀ ପୁର ଅନ୍ତର୍ଗତ କ୍ଷେତ୍ରମୋହନ ମିଶ୍ର ନିଜ ସମ୍ପତି ରାଷ୍ଟ୍ର କୁ ଦାନ କରିଦେବା ନେଇ ଜିଲ୍ଲାପାଳ ଙ୍କୁ ସାକ୍ଷାତ କରିବା ପରେ ଏହାକୁ ନେଇ ଜୋରଦାର ଖବର ପ୍ରସାରଣ କରାଗଲା ଏବଂ ଏହା ଏକ ଉଦାହରଣ ବୋଲି ମଧ୍ୟ ଅଭିହିତ କରାଗଲା ପରେ ଖବର ର ପରଦା ପଛର କାହାଣୀ ସାମ୍ନା କୁ ଧୀରେ ଧୀରେ ଆସିବାକୁ ଲାଗିଲା I କ୍ଷେତ୍ରମୋହନ ଙ୍କ ପୁଅ ସୂର୍ଯ୍ୟମଣି ମଧ୍ୟ ଜଣେ ବରିଷ୍ଠ ନାଗରିକ ଏବଂ ତାଙ୍କ ବୟସ 62ରୁ ଉର୍ଧ I ଏପରିକି ସମ୍ପତି ଦାନ କରିଦେବାକୁ ଅଣ୍ଟା ଭିଡିଥିବା କ୍ଷେତ୍ରମୋହନ ଙ୍କ ବିରୁଧରେ ସାମ୍ନା କୁ ଆସିଥିଲେ ତାଙ୍କ ପତ୍ନୀ ଏବଂ କହିଥିଲେ କି କ୍ଷେତ୍ରମୋହନ କେଭେଁବି ତାଙ୍କ ପୁଅ ଏବଂ ତାଙ୍କର ଦାୟିତ୍ୱ ସଠିକ ଭାବେ ନେଇନାହାନ୍ତି ଏପରିକି ଅନ୍ୟ ଜଣେ ମହିଳା ଙ୍କ ସହିତ ସେ ରହୁଥିବା ର ସାଙ୍ଘାତିକ ଅଭିଯୋଗ ଆସିଥିଲା

I ଏତେସବୁ ଖବର ଥିବା ସତ୍ୱେ କିଛି ଗଣମାଧ୍ୟମ କେବଳ ବାପାଙ୍କ ଖବର କୁ ନେଇ ଅତି ରଂଜିତ କରିଥିଲେ ଯାହାକୁ ନେଇ ମାନସିକ ଅଶାନ୍ତି ଏବଂ` ବଦନାମ ରେ କାଳାତିପାତ କରୁଥିଲେ ପୁଅ ସୂର୍ଯ୍ୟମଣି I ତେବେ ଗଣମାଧ୍ୟମ ର ଏପରି ପକ୍ଷପାତିତା ଖବର ପ୍ରସାରଣ ବିରୁଧରେ ନୋଟିସ ପଠାଇଛନ୍ତି ସୂର୍ଯ୍ୟମଣି ଙ୍କ ପତ୍ନୀ ଆରତୀ ଦେବୀ ଏବଂ ଓକିଲ ସୁବାସ ମହାପାତ୍ର I ହସ୍ତଗତ ତଥ୍ୟ ଅନୁଯାଇ ଓଟିଭି ଏବଂ ନିଉଜ7 ର କର୍ତ୍ତୃପକ୍ଷ ଙ୍କ ବିରୁଧରେ ସୂର୍ଯ୍ୟମଣି ଙ୍କ ପତ୍ନୀ ଏବଂ ତାଙ୍କ ଓକିଲ ନୋଟିସ ପଠାଇଛନ୍ତି ଏବଂ ସମାଜରେ ତାଙ୍କ ସନମାନ ହାନି ପାଇଁ 20କୋଟି ର ମାନହାନି ଅର୍ଥ ସହିତ

ତୁରନ୍ତ ଉଭୟ ଗଣମାଧ୍ୟମ ନିସର୍ତ୍ତ କ୍ଷମା ମାଗିବା ଏବଂ ସେହି ସବୁ ଖବର କୁ ବାଦ ଦେବାକୁ ଓକିଲ ନୋଟିସ ରେ ଜାରି କରାଯାଇଛି ଏନେଇ ଉଭୟ ଗଣମାଧ୍ୟମ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ I

Leave a Reply

Your email address will not be published. Required fields are marked *