ସ୍ୱାଧୀନତା ଦିବସ ରେ ସ୍ୱତନ୍ତ୍ର ହେଇଥିବା ଲଦାଖ ରେ ପତାକା ଉଡ଼ାଇବେ ଧୋନି

ନିକଟରେ କାଶ୍ମୀର ରୁ ଧାରା 370 ଉଛେଦ ହେଇ ସାରିଛି I ସବୁଆଡେ ଖୁସିର ଲହରୀ ଖେଳିଯାଇଛି I ଲଦାଖ କୁ ସ୍ୱତନ୍ତ୍ର ଭାବେ ଘୋଷଣା କରାଯାଇଛି I ତେବେ ଆଗକୁ ସ୍ୱାଧୀନତା ଦିବସ ରେ ଲଦାଖ ରେ ଜାତୀୟ ପତାକା ଉଡାଇବେ ଟିମ୍ ଇଣ୍ଡିଆ କ୍ରିକେଟ୍ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି I
ସୂଚନା ଥାଉ କି ବର୍ତମାନ ଧୋନି ଭାରତୀୟ ସେନାର ବ୍ରାଣ୍ଡ ଆମ୍ୱାସାଡର ଅଛନ୍ତି I ୱେଷ୍ଟ ଇଣ୍ଡିଜ ବିପକ୍ଷ ଗସ୍ତରେ ଧୋନି ଯାଇନାହାନ୍ତି ଏବଂ ଘାଟି ରେ ଅଛନ୍ତି ଖବର ଅନୁଯାଇ ଆସନ୍ତା ଅଗଷ୍ଟ ୧୫ ଯାଏ ଧୋନି ସେଠାରେ ରହିବେ I ତେବେ ଲଦାଖ ରେ ଧୋନି ପତାକା ଉଡାଇବା ନେଇ ସେନା ମହଲରେ ଖୁସିର ଲହରୀ ଖେଳିଯାଇଛି I

Leave a Reply

Your email address will not be published. Required fields are marked *