ଓଡିଶା Exclusive ବ୍ୟୁରୋ :(ପୁରୀ) ପୁରୀ ବିଦ୍ୟୁତ ଡିଭିଜନ ଅନ୍ତର୍ଗତ ସାକ୍ଷୀଗୋପାଳ ବିଦ୍ୟୁତ ଉପଖଣ୍ଡ ର ସତ୍ୟବାଦୀ ଅଞ୍ଚଳରେ ବିଦ୍ୟୁତ କର୍ମଚାରୀ ଙ୍କୁ ମାଡ ମାରି ଜୈନକ ଅଭିଯୁକ୍ତ ଗିରଫ ହେଇଛନ୍ତି I ମିଳିଥିବା ଖବର ଅନୁଯାଇ ନୂଆଗାଁ ଗ୍ରାମର ବିଦ୍ୟୁତ ଉପଭୋକ୍ତା ପ୍ରେମଲତା ରଥ ଙ୍କ ନାମରେ ଥିବା ବିଦ୍ୟୁତ ସଂଯୋଗ ରେ ଅନୈତିକ ବ୍ୟବହାର କରାଯାଉଥିବା ଅଭିଯୋଗ ଆସିବା ପରେ ବିଦ୍ୟୁତ ଯୋଗାଣ ଦାୟିତ୍ୱ ରେ ଥିବା ଫେଡ଼କୋ ତରଫରୁ ଚଢ଼ାଉ କରାଯାଇଥିଲା ଏବଂ ପ୍ରେମଲତା ଙ୍କ ମିଟର ଟ୍ୟାମ୍ପର ହେଇଥିବା ଜଣାପଡିଥିଲା
Iବିଦ୍ୟୁତ ନିୟମ ଅନୁଯାଇ ତାଙ୍କୁ ଜୋରିମାନା ଧାର୍ଯ୍ୟ କରାଯାଇଥିଲା ଏବଂ ନିୟମ ମୁତାବକ ଚିଠି କରାଯାଇ ବିଦ୍ୟୁତ ବିଛିର୍ଣ୍ଣ ପାଇଁ ସାକ୍ଷୀଗୋପାଳ କନିଷ୍ଠ ଯନ୍ତ୍ରୀ ମନୋଜ କୁମାର ସାମନ୍ତରାୟ ଙ୍କ ନିର୍ଦେଶ କ୍ରମେ ଲାଇନମ୍ୟାନ ବିଦ୍ୟୁତ ବିଛିର୍ଣ୍ଣ କରୁଥିବା ସମୟରେ ପ୍ରେମଲତା ଙ୍କ ଝିଅ ଏବଂ ଜ୍ୱାଇଁ ଦୁର୍ଗା ପ୍ରସାଦ ମିଶ୍ର ବିଦ୍ୟୁତ କର୍ମଚାରୀ ଙ୍କୁ ଅତି ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ କାଠ ଫାଳିଆ ରେ ମାଡ ମାରିଥିଲେ ,ସ୍ଥାନୀୟ ଥାନା ରେ ଲିଖିତ ଅଭିଯୋଗ ପରେ ଆଇଆଇସି ତପନ କୁମାର ରାଉତ ଙ୍କ ତଦନ୍ତ କ୍ରମେ ଜ୍ୱାଇଁ ଦୁର୍ଗା ପ୍ରସାଦ ମିଶ୍ର ଙ୍କୁ ଗିରଫ କରାଯାଇଛି I