ନୂଆ ଗାଡି କିଣିବାକୁ ଉତ୍ସାହିତ ଥିଲେ ,ଜୀବନରେ ପ୍ରଥମ ଗାଡି କିଣିବା ପରେ ପଥର ରେ ପିଟିଦେଲେ

ନୂଆ ଗାଡି କିଣିବାକୁ କାହାର ବା ଇଛା ନଥାଏ ,ତାହା ପୁଣି ପ୍ରଥମ ଗାଡି ଯଦି ଚାରିଚକିଆ କାର ହେଇଥାଏ ତେବେ ଉତ୍ସାହ ଟା ଟିକେ ଅଧିକ ରହିବା ସ୍ୱାଭାବିକ I ତେବେ ଗାଡି କିଣୁ କିଣୁ ଯଦି ଗାଡି ଦୁର୍ଘଟଣା ହୁଏ ?ହଁ ଆଜ୍ଞା ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ରେ I ଖବର ଅନୁଯାଇ ଗତକାଲି ଢେଙ୍କାନାଳ ଜିଲ୍ଲା ଜାତୀୟ ରାଜପଥ କଡ଼ରେ ଥିବା ହୁଣ୍ଡାଇ ସୋରୁମ ରୁ ଜଣେ ଜଣେ ଗ୍ରାହକ ଏକ ନୂଆ ଗାଡି କିଣିଥିଲେ I

ଗାଡି ର ସମସ୍ତ କାଗଜ ପତ୍ର ସରିବା ପରେ ଚାବି ଗାଡି ମାଲିକ ଙ୍କୁ ହସ୍ତାନ୍ତର କରାଯାଇଥିଲା I ନିଜର ପ୍ରଥମ ଗାଡି ହେବା ଖୁସିରେ ଗାଡି ମାଲିକ ବି ପୁରା ଉତ୍ସାହିତ ଥିଲେ ,ଗାଡିକୁ ଗୋଟେ ମୁଣ୍ଡିଆ ମାରି ଷ୍ଟାର୍ଟ କରୁ କରୁ ଗାଡି ସିଧା ରାସ୍ତା ଆର ପାର୍ଶ୍ଵ କୁ ଚାଲିଯାଇଥିଲା I ନିୟନ୍ତ୍ରଣ ହରାଇ ଗାଡିଟି ଏକ ପଥର ଥିବା ଜାଗାରେ ପଶିଯାଇଥିଲା ଏବଂ ଦୁର୍ଘଟଣାର ଶିକାର ହେଇଥିଲା I

ଗାଡି ମାଲିକ ସାମାନ୍ୟ ଆହତ ହେଇଥିବା ବେଳେ ଘଟଣାଟି ସମଗ୍ର ଅଞ୍ଚଳ ରେ ଚର୍ଚାର ବିଷୟ ପାଲଟିଛି I

Leave a Reply

Your email address will not be published. Required fields are marked *