ଆରମ୍ଭ ହେଲା ଅପରାଜିତା ଙ୍କ ପକ୍ଷଛେଦନ ,ଦଳରେ ଜୋରଦାର ବିରୋଧ …

ପ୍ରଶାସିକା ରୁ ନେତା ପାଲଟିଥିବା ଅପରାଜିତା ଷଡ଼ଙ୍ଗୀ କେବଳ ବିଜେପି ର ଜଣେ ନେତ୍ରୀ ନୁହନ୍ତି ସେ ରାଜ୍ୟ ରାଜନୀତି ର ଜଣେ ଚର୍ଚିତ ଚେହେରା ଏବଂ ରାଜ୍ୟ ବିଜେପି ର ଆଗାମୀ ଭବିଷ୍ୟତ କହିଲେ ଭୁଲ ହେବନି I ଦଳ ମତ ନିର୍ବିଶେଷ ରେ ସମସ୍ତେ ତାଙ୍କ ସମର୍ଥକ

I ନିଜର ନିଆରା କାମ କରିବାର ତରିକା ହିଁ ତାଙ୍କୁ ସ୍ୱତନ୍ତ୍ର କରିପାରିଛି Iଦୀର୍ଘ 21ବର୍ଷର ବିଜେଡି ଦୁର୍ଗ ରାଜଧାନୀ ଭୁବନେଶ୍ୱର ରେ ନିଜ ରଣକୌଶଳ ପ୍ରୟୋଗ କରି ବାଜିମାତ କରିଥିଲେ ଅପରାଜିତା ଯଦିଓ ସମସ୍ତ ବିଧାନସଭା ବିଜେଡି ଆସନ କୁ ଯାଇଥିଲା I

ତେବେ ଅପରାଜିତା ଙ୍କ ଏହି ନିଆରା ଉଦ୍ୟମ ତାଙ୍କୁ ଏବେ ସମସ୍ୟା ହେବାରେ ଲାଗିଲାଣି I ତାଙ୍କୁ ଜୋରଦାର ବିରୋଧ କରାଗଲାଣି ଦଳ ଭିତରେ ,କିଛି କର୍ମୀ ଦଳୀୟ ସଭାପତି ବସନ୍ତ ପଣ୍ଡା ଙ୍କ ବିରୁଧରେ ତାଙ୍କ ବିରୋଧରେ ଲିଖିତ ଆକାରରେ ଅଭିଯୋଗ କରି କହିଛନ୍ତି ଯେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ I

ସେ କାହାକୁ କିଛି ନପଚାରି ନିଜ ମନ ଇଛାରେ କମିଟି କରୁଛନ୍ତି ,ଜିଲ୍ଲା ଓ ମଣ୍ଡଳ ସଂଗଠନକୁ ବିଶ୍ୱାସ କୁ ନେଉନାହାନ୍ତି ,ତେଣୁ ହାରିଯାଇଥିବା କିଛି ପ୍ରାଥୀ ଏବଂ କର୍ମୀ ଏକାଠି ହେଇ ତାଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି ଏନେଇ ଅପରାଜିତା କୌଣସି ପ୍ରତିକ୍ରିୟା ରଖିନାହାନ୍ତି I

Leave a Reply

Your email address will not be published. Required fields are marked *