ଆଗରୁ ମୋଦି ଏବଂ ଅମିତ୍ ସାହା ଙ୍କୁ ମାନୁଥିଲି ଆଉ ଏବେ ପୂଜା କରୁଛି:ଶିବରାଜ ସିଂ ଚୌହଁନ୍

ମଧ୍ୟପ୍ରଦେଶ ର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ୍ ଶାହା ଙ୍କୁ ବର୍ତ୍ତମାନ ପୂଜା କରୁଛନ୍ତି ବୋଲି କହିଛନ୍ତି। ପ୍ରଧନମନ୍ତ୍ରୀ ଜମ୍ମୁକାଶ୍ମୀର ରୁ ୩୭୦ ଧାରା ହଟାଇବା ପରେ ଏହାକୁ ଏକ ବଡ଼ ଐତିହାସିକ ନିଷ୍ପତ୍ତି ବୋଲି ଶ୍ରୀ ଚୌହାନ କହିଛନ୍ତି। ଏହି କାରଣ ପାଇଁ ସେ ପୂର୍ବରୁ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ୍ ଶାହା ଙ୍କୁ ନେତା ମାନୁଥିଲେ କିନ୍ତୁ ଏବେ ସେ ତାଙ୍କୁ ପୂଜା କରୁଛନ୍ତି ବୋଲି କହିଛନ୍ତି।

ଶିବରାଜ ସିଂ ଚୌହାନ ଓଡ଼ିଶା ଗସ୍ତ ରେ ଆସି ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଙ୍କୁ ଜମ୍ମୁ କାଶ୍ମୀର ପାଇଁ ଦାୟୀ କରିବା ସହିତ ତାଙ୍କୁ ଅପରାଧୀ ର ଆଖ୍ୟା ଦେଇଥିଲେ। ପରେ ଏହି ଉକ୍ତି କୁ ନେଇ ବିବାଦ ଦେଖାଯିାବ ପରେ ସେ ସାମ୍ବାଦିକ ଙ୍କୁ ଡାକି ନିଜର ସଫେଇ ଦେଇଥିଲେ ଏବଂ ତଥ୍ୟ ଆଧାର ରେ ସେ ଏହିକଥା କହିଥିଲେ ବୋଲି ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *